ରାସ୍ତା ତିଆରି ର ସାତ ଦିନ ଭିତରେ ଉଠିଗଲା ପିଚୁ
ତିନି ପଞ୍ଚାୟତ କୁ ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ଏବେ ପାଲଟିଛି ମରଣ ଯନ୍ତା
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଛକ ରୁ ଗ୍ରାମ୍ୟ ….
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଛକ ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ତିନି କୋଟି ରୁ ଉର୍ଦ୍ଧ ବିନିମୟ ରେ ତୁଳସୀଡିଆ, ଘାଗରାଡିଆ ଓ କୂଳସାହି କୁ ରାସ୍ତା ନିର୍ମାଣ କରାଯାଇ ଥିଲା କ୍ଷ ରାସ୍ତା ନିର୍ମାଣ ର ସାତ ଦିନ ଭିତରେ ପିଚୁ ରୁ ଗୋଡି ଉଠିଯିବା ଓ ସ୍ଥାନେ ସ୍ଥାନେ ଭାଙ୍ଗିଗଲାଣି କ୍ଷ ରାସ୍ତା ନିର୍ମାଣ କାର୍ୟ୍ୟ ନିମ୍ନ ମାନର ହେଉ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଚୁପ୍ ରହିଥିଲା କ୍ଷ ତିନି କୋଟି ରୁ ଉର୍ଦ୍ଧ ବ୍ୟୟ ରେ ନିର୍ମାଣ କରାଯାଇ ଥିବା ଏହି ରାସ୍ତା ଉପରେ ତରଡ଼ିପାଳ, ପେଣ୍ଠପାଳ ଓ ଘାଗରା ପଂଚାୟତ ର ଦଶ ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ବେଳେ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ର ବେପରୁଆ ମନଭାବ ପାଇଁ ରାସ୍ତା ନିର୍ମାଣ ଆରମ୍ଭ ହେଉ ହେଉ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି କ୍ଷ ରାସ୍ତା ଉପରୁ ଠାଏ ଠାଏ ପିଚୁ ଉଠିବା ପ୍ରାୟତଃ ସବୁ ଜାଗା ରୁ ଗୋଡି ଉଠିବା ହେତୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ର ଦେଖିବାକୁ ମିଳୁଛି କ୍ଷ କଙ୍କ୍ରିଟ୍ ରାସ୍ତା ବୋହୁ ନିମ୍ନ ମାନର ହୋଇଥିବା ହେତୁ ରାସ୍ତା ଉପରେ ପାଣି ଜମି ରହୁ ଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି କ୍ଷ ରାସ୍ତା ନିର୍ମାଣ ଦିନ ରୁ ସରକାରୀ ଗାଇଡ୍ ଲାଇନ ଅନୁଯାୟୀ ସୂଚନା ଫଳକ ଲାଗିବା କଥା ମାତ୍ର ତାହା ହୋଇ ନାହିଁ ତେଣୁ ପ୍ରକଳ୍ପ ଅଟକଳ ବ୍ୟୟ ମଧ୍ୟ ସାଧାରଣ ଲୋକ ଜାଣି ନାହାନ୍ତି କ୍ଷ ନିର୍ବାହୀ ଯନ୍ତ୍ରି ଜଣେ ଦୁର୍ନୀତି ଖୋର ଲୋକ ହୋଇଥିବାରୁ କାମ ଚାଲୁଥିବା ସମୟରେ ଅନୁପସ୍ଥିତ ହେତୁ ଠିକାଦାର ନିମ୍ନ ମାନର କାମ କରିଥିବାର ସାମାଜିକ କର୍ମୀ ଭାଗିରଥି ବିଶ୍ୱାଳ ଦାବି କରିଛନ୍ତି କ୍ଷ