ବସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ବସ ଟି ନିରୀହ ଦୁଇ ଜଣକ ଜୀବନ ନେଲା…..

ଯୋଡା: ବାରମ୍ବାର ରାସ୍ତା ଜାମ ଥିବାରୁ ରଙ୍ଗ ରୁଟ ରେ ଆସି ଦ୍ରୁତ ଗତିରେ ଆସି କୌଶଲ୍ୟା ବସ ଟି ନିରୀହ ଦୁଇ ଜଣକ ଜୀବନ ନେଲା। ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଲହଣ୍ଡା ଠାରେ ରାକ୍ଷୀ ପୂର୍ଣ୍ଣିମା ରାତିରେ ବସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।ଏହି ଦୃଘଟଣା ରେ ନିରୀହ ଦୁଇ ଜୀବନ ଗଲା ମାଆ ପୁଅକୁ ହରେଇଲା,ସ୍ତ୍ରୀ ସ୍ୱାମୀକୁ ହରେଇଲା, ଭଉଣୀ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ କୁ ହରେଇଲା। ମୃତକମାନେ ହେଲେ ସ୍ଥାନୀୟ ଗ୍ରାମର ଜେନା ମୁଣ୍ଡା (୩୦) ଓ ପରମେଶ୍ବର ମୁଣ୍ଡା( ୨୨) ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ଏହାର ପ୍ରତିବାଦରେ ଲୋକେ ୫୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।ମିଳିଥିବା

ସୂଚନା ଅନୁସାରେ ଯୋଡା ପଟୁ ଏକ ଦ୍ରୁତଗାମୀ ବସ କୌଶଲ୍ୟା ରଙ୍ଗ ରୁଟରେ ଯିବା ସମୟରେ ରାସ୍ତା ଅତିକ୍ରମ କରୁଥିବା ଏହି ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିଛି।ଏବେ ପ୍ରଶ୍ନ ଉଠୁଛି ଏହି ଦୁଇ ଜଣ ପରିବାରକୁ ସହାୟତା ଯୋଗାଇ ଦେଵତ ପ୍ରସାହାସନ।ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ଫଳ ଶୂନ ଦେଖିବାକୁ ମିଳିଛି।ଆଉ କେତେ ଜୀବନ ଗଲେ ପ୍ରଶାସନ ନିଦ ଭାଙ୍ଗିବ।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।