ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ତାଙ୍କୁ ଭାରତ ନିଶ୍ଚିତ କରିଥିଲା ଯେ ମାନବିକ ସହାୟତାର ପରବର୍ତୀ ସାମଗ୍ରୀ ଶୀଘ୍ର ଆସିବ…..

ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନ ବୈଦେଶିକ ମନ୍ତ୍ରୀ କୁଲେବାଙ୍କ ସହ ଆଲୋଚନା କରି ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଭାରତ ଯୋଗାଇଥିବା ମାନବିକ ସହାୟତା ଖୁବଶୀଘ୍ର ୟୁକ୍ରେନରେ ପହଞ୍ôଚବ । ଟ୍ୱିଟ କରି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଜି ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ସହ ପ୍ରଶଂସନୀୟ କଥାବାତ୍ତା ହୋଇଛନ୍ତି । ଦ୍ୱନ୍ଦ ସହ ଜଡ଼ିତ ସାମ୍ପ୍ରତିକ ବିକାଶ ଏବଂ ସେମାନଙ୍କର ବିଶ୍ୱସ୍ତରୀୟ ପରିଣାମ ଉପରେ ଆଲୋଚନା କରାଯାଇଥିଲା । ତାଙ୍କୁ ଭାରତ ନିଶ୍ଚିତ କରିଥିଲା ଯେ ମାନବିକ ସହାୟତାର ପରବର୍ତୀ ସାମଗ୍ରୀ ଶୀଘ୍ର ଆସିବ । ସୂଚନାଯୋଗ୍ୟ ଯେ, ୟୁକ୍ରେନ-ରୁଷିଆ ମଧ୍ୟରେ ବିବାଦ ଜାରି ରହିଛି । ଯେଉଁଥିରେ ଭାରତ ଏକ ନିରପେକ୍ଷ ସ୍ଥିତିକୁ ବଜାୟ ରଖି ମାନବିକ ସହାୟତା ଯୋଗାଉଛି ।