କାଞ୍ଜିପାଣି ଥାନା ନିକଟରେ ୨୪ ଟି ଜନଜାତି ସଂଗଠନ ମେଳି

ଏସ୍‌ଟି କମିଶନ ସଦସ୍ୟ ହେବା ପରେ ଅନନ୍ତ ଆଦିବାସୀଙ୍କ ସମସ୍ୟାକୁ ଗୁରୁତ୍ଵ…

କେନ୍ଦୁଝର : କେନ୍ଦୁଝର କାଞ୍ଜିପାଣି ଥାନା ନିକଟରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ପ୍ରତିବାଦ ରେ ଆଜି ୨୪ ଟି ଜନଜାତି ( ମୌଜା ) ସଂଗଠନ ର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଆଦିବାସୀ ଆକ୍ରମଣକାରୀ ଙ୍କୁ ଗିରଫଦାରୀ ସହ ଜିଲ୍ଲାପାଳଙ୍କ ବଦଳି ଦାବୀ ରେ ଜିଲାପାଳ ଅଫିସ କଲେ ଘେରାଓ । ଏସ୍‌ଟି କମିଶନ ସଦସ୍ୟ ହେବା ପରେ ଅନନ୍ତ ଆଦିବାସୀଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ଆସୁଥିବା ସହ ବାରମ୍ବାର ଜିଲ୍ଲାକୁ ଗସ୍ତ କରି ଲୋକପ୍ରିୟତା ଅର୍ଜନ କରି ଆସୁଥିବାରୁ କେତେକ ଏହାକୁ ସହ୍ୟ କରି ପାରୁନଥିବା ଆଦିବାସୀ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । କେନ୍ଦୁଝର ପୁଲିସ ପ୍ରଶାସନ ମଧ୍ୟ ଜଣେ ସାମ୍ବିଧାନିକ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଆଦିବାସୀ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା ।

ପ୍ରଥମେ ଗତ ୨୯ ତାରିଖରେ ହରିଚନ୍ଦନପୁର ବ୍ଲକର କୁ ଅନନ୍ତ ନାଏକ କ୍ଯ୍ୟମ୍ପ କୋଟ କରିବାକୁ ଯାଉଥିବା ସମୟ ରେ ଭଗାମୁଣ୍ଡା ଠାରେ ଅଣଆଦିବସୀ ଙ୍କ ନେତୃତ୍ଵ ରେ ଅନନ୍ତ ନାଏକ ଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ପୁନଶ୍ଚ ଅଗଷ୍ଟ ଏକ ତାରିଖ ସୋମବାର ଦିନ ତେଲକୋଇ ବ୍ଳକ ଠାରେ କ୍ଯ୍ୟମ୍ପ କୋଟ କରିବାକୁ ଯାଉଥିବା ସମୟରେ କାଞ୍ଜିପାଣି ଥାନା ନିକଟରେ ମଧ୍ୟ କିଛି ଅଣ ଆଦିବାସୀ ନେତାଙ୍କ ଉପସ୍ଥିତରେ କେତେକ ମୁଷ୍ଟିମେୟ ଲୋକ ବିରୋଧ କରି କମିଶନ ସଦସ୍ୟଙ୍କ ସହ ତାଙ୍କ ଟିମ କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧ କରିବା ଏକ ସୁସ୍ଥ ପରମ୍ପରା ନୁହେଁ ବୋଲି ଆଦିବାସୀ ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି । ଏଭଳି ହୀନ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଯଦି ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରୁହନ୍ତି ତେବେ ଆଦିବାସୀ ସମାଜ ପକ୍ଷରୁ ଅଣ ଆଦିବାସୀ ନେତାଙ୍କୁ ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଏହା ସହ ଦୁଇଟି ଯାକ ଆକ୍ରମଣ ଘଟଣା ରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧ ରେ ଅଦ୍ଯାବଧି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଜିଲ୍ଲା ର ୨୪ ମୌଜାର ଆଦିବାସୀ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଗର୍ଜ୍ଜିଛନ୍ତି । ଏହା ସହ ଅନନ୍ତ ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ମାନଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜିଲ୍ଲାପାଳ ଙ୍କ ବଦଳୀ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସାରା ଜିଲ୍ଲା ଓ ରାଜ୍ୟ ରେ ଆଦିବାସୀ ମାନେ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।