ବାହାଘର ଅଠର ବର୍ଷ ପରେ ସ୍ୱାମୀ କଲା ଦ୍ଵିତୀୟ ବିବାହ ନ୍ୟାୟ ଅପେକ୍ଷାରେ ପ୍ରଥମ ସ୍ତ୍ରୀ ସଂଗୀତା

ମନରେ ଅସୁମାରୀ ସ୍ବପ୍ନ ଦେଖି କେନ୍ଦୁଝର ଜିଲ୍ଲା ସ୍ଥିତ ସଦର ମହକୁମା ସ୍ଥିତ….

କେନ୍ଦୁଝର: ମନରେ ଅସୁମାରୀ ସ୍ବପ୍ନ ଦେଖି କେନ୍ଦୁଝର ଜିଲ୍ଲା ସ୍ଥିତ ସଦର ମହକୁମା ସ୍ଥିତ ବୈତରଣୀ ବିହାର ଠାରେ ରହୁଥିବା ସଂଗୀତା ବୈଦିକ ରୀତି ରେ ବାହାହୋଇଥିଲା ଯୋଡ଼ା ସହର ର କମାରଯୋଡ଼ା ର ଯୁବକ ଗଣେଶ ସାହା ଙ୍କୁ l ମନରେ ଅନେକ ସ୍ବପ୍ନ ଦେଖିଥିଲା ଶଶୁର ଘରେ ଶାଶୁ ଶଶୁର ଙ୍କ ଗହଣରେ ରହି ସ୍ୱାମୀ ସୁଖ ପାଇବାପାଇଁ l କିନ୍ତୁ ନିୟତି ର ଲେଖାଥିଲା ସମ୍ପୂର୍ଣ ଅଲଗା l ମଦ୍ୟପ ସ୍ବାମି ର ଏକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା ବାହାଘର ର ମାତ୍ର ପନ୍ଦର ଦିନ ନ ଯାଉଣୁ l

 

ଭାଗ୍ୟ କୁ ଆଦରି ପଡିରହିଥାଏ l ବୋଝ ଉପରେ ଲଳିତା ବିଡା ଭଳି ତା ସ୍ୱାମୀ ନିଜ ସ୍ତ୍ରୀ ଥାଉ ଥାଉ ବିବାହ କରିବସେ ଅନ୍ୟ ଏକ ମହିଳା କୁ l ପ୍ରତିବାଦ କଲେ ନିର୍ଯ୍ୟାତନା l ବାଧ୍ୟ ହୋଇ ଶଶୁର ଘର ଛାଡି ଜୀବନ କୁ ବଞ୍ଚାଇବା ପାଇଁ ପଳାଇଆ ଶନ୍ତି ବାପା ଘର କୁ, ଯୋଡ଼ା ଥାନା ରେ ଅଭିଯୋଗ କରିଥିଲେହେଁ କୌଣସି ସୁଫଳ ମିଳିନାହିଁ, ଚାରି ଚାରି ଥର ଜିଲ୍ଲାପାଳ ଗ୍ରୀଭାନ୍ସ ରେ ଅଭିଯୋଗ କରିସାରିଲେଣି କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ l ଆଜି ମଧ୍ୟ ସମାଜସେବୀ ଦିଲୀପ କୁମାର ସାହୁ ଙ୍କ ସାହାଯ୍ୟରେ ଆସିଥିଲେ ଜିଲ୍ଲାପାଳ ଙ୍କ ନିକଟରେ ନିଜ ଗୁହାରି ଜଣାଇବାକୁ l ଦେଖାଯାଉ ସଂଗୀତା କୁ କେବେ ନ୍ୟାୟ ମିଳୁଛି