ମା ଲକ୍ଷ୍ମୀ ପୂଜା ଆଦିବାସୀ ବହୁଳ ଭାଇ ଭଉଣୀ ମାନେ ମହା ଆଡ଼ମ୍ବରେ ପାଳିତ କରିଛନ୍ତି

କେନ୍ଦୁଝର: ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ମା ଲକ୍ଷ୍ମୀ ପୂଜା ଆଦିବାସୀ ବହୁଳ ଭାଇ ଭଉଣୀ ମାନେ ମହା ଆଡ଼ମ୍ବରେ ପାଳିତ କରିଛନ୍ତି । ଏହି ଗ୍ରାମର ସମସ୍ତ ଭାଇ ଭଉଣୀ ମାନେ ଆନନ୍ଦ ଉଲ୍ଲାସରେ ମା ଲକ୍ଷ୍ମୀ ଙ୍କୁ ପୂଜା କରିଥାନ୍ତି ଏବଂ ସନ୍ଧ୍ୟା ସମୟରେ ସବୁ ଦିନେ ନିଜର ପରମ୍ପରା ହିସାବରେ ନାଚ ଗୀତରେ ମୋସଗୁଲ କରିଥାନ୍ତି । ଏହି ଗ୍ରାମରେ ତିନୋଟି ସମ୍ପ୍ରଦାୟ ର ଜନସାଧାରଣ ବସବାସ କରନ୍ତି ।

କୁଡୁମି , ଓରାମ ଏବଂ ମୁଣ୍ଡା ସମ୍ପ୍ରଦାୟ ବ୍ୟକ୍ତି ଙ୍କ ପୋତିଆର। ଜାରି ହୁଏ । ଯାହାବି ହେଉ ଖୁସିର କଥା ଗ୍ରାମର ସମସ୍ତ ଙ୍କ ମନ ରେ ମା ଙ୍କ ପୂଜା କରି ଆନନ୍ଦ ଉଲ୍ଲାସ ସହିତ ସମସ୍ତ ଙ୍କ ଖୁସି ନ କହିଲେ ସରେ । ବିସର୍ଜନ ଦିନ ଶିଙ୍ଗ ବାଜା ବଜାଇ ଗ୍ରାମକୁ ନାଚି ନାଚି ପରିକ୍ରମା କରିଥାନ୍ତି । ଶେଷରେ ଗାଁ ମୁଣ୍ଡ ବନ୍ଧରେ ମାଙ୍କୁ ବିସର୍ଜନ କରି ଥାଆନ୍ତି । ପୂଜା କୁ ପରିଚାଳନା ଟୁଲୁ ମହାନ୍ତ , ଋଷୀନ୍ଦ୍ର ମହାନ୍ତ , ବଂଶୀ ଓରାମ ମକୁନ୍ଦ ଓରାମ ଏବଂ ଅନ୍ୟ ମାନେ ମିଶି ସୁ ପରିଚାଳନା କରିଥିଲେ ।