ବୋଲ ବମ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ବାବା ଜଟେଶ୍ୱର ମନ୍ଦିର
ବାବା ଜଟେଶ୍ୱର ମନ୍ଦିର ବୋଲ ବମ ପାଇଁ ଯେତିକି ପ୍ରସିଦ୍ଧ ଲୋକଙ୍କ ପାଇଁ ମନ….
କେନ୍ଦୁଝର: ବାବା ଜଟେଶ୍ୱର ମନ୍ଦିର ବୋଲ ବମ ପାଇଁ ଯେତିକି ପ୍ରସିଦ୍ଧ ଲୋକଙ୍କ ପାଇଁ ମନ ଭରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଝରଣା ଟିଏ। କେନ୍ଦୁଝର ଜିଲ୍ଲା କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁହାଯାଏ କାରଣ ଏଥି ଝରଣା କୁହୁ କୁହୁ ଶଦ୍ଦରେ ମନ ଜିନିଦିଏ।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସେରେଣ୍ଡା ପଞ୍ଚାୟତ ରାଇକା ଗ୍ରାମ ନିକଟରେ ଥିବା ବେଳେ ବଡ଼ବିଲ ରୁ ଅଳ୍ପ ବାଟ ମଧ୍ୟରେ ପଡେ ବାବା ଜଟେଶ୍ୱର ମନ୍ଦିର ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। କାଉଡିଆଙ୍କ ବୋଲ ବମ୍ ହର୍ ହର୍ ବମ୍, ଭୋଲା ବାବା ପାର୍ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ବାବା ଜଟେଶ୍ୱର ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍ ଯାତ୍ରା।
ପାଣି ଢ଼ାଳିବା ପାଇଁ ଶିବଭକ୍ତମାନେ ବଡ଼ ଉତ୍ସାହର ସହ ଶୈବପୀଠକୁ ଯାତ୍ରା କରିଛନ୍ତି।ବାବା ଜଟେଶ୍ୱର ମନ୍ଦିର ପରିସରରେ ବଡ଼ବିଲ ଟାଇଗର ଫାଉଣ୍ଡେସନ ତରଫରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସୁବ୍ୟବସ୍ଥା କରିଛନ୍ତି ଭକ୍ତ ମାନଙ୍କ ଆନନ୍ଦରେ ଖାଉଛନ୍ତି। କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।