ବଡ଼ବିଲ ‘ସମ୍ବାଦ’ ସାହିତ୍ୟ ଘରର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର ଜିଲ୍ଲାର ବଡ଼ବିଲ ‘ସମ୍ବାଦ’ ସାହିତ୍ୟ ଘରର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଡ଼ବିଲ ‘ସମ୍ବାଦ’ ସାହିତ୍ୟ ଘରର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବଡ଼ବିଲ ସ୍ଥାନୀୟ ସୀତାରାମ ରୁଙ୍ଗଟା ଟାଉନ ହଲରେ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପାଳନ କରାଯାଇଛି।ବଡ଼ବିଲ ସାହିତ୍ୟ ଘର ସଭାପତି ପ୍ରତାପ କିଶୋର ଦାସ ଅଧ୍ୟକ୍ଷତା ରେ କରିଥିବା ବେଳେ ଉଦଘାଟକ ଓ ଅଧ୍ୟକ୍ଷ ସମ୍ପାଦକ ଭାବେ ଯୋଗ ଦେଇଥିଲେ। ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠତା ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ବଡ଼ବିଲ ସାହିତ୍ୟ ଘର ଉତ୍ସବ ରେ ଯୋଗ ଦେଇଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ ତୁଳସୀ ମୁଣ୍ଡା।ସମ୍ବାଦ ସାହିତ୍ୟ ଘର ମୁଖ୍ୟ ବକ୍ତା ଡ ଶୁଭଶ୍ରୀ ଲେଙ୍କା ରାଜ୍ୟ ସଂଯୋଜିକା ଭାବେ ସମାଜସେବୀ ଏହି ଉତ୍ସବ ରେ ସମସ୍ତେ ଯୋଗଦାନ ଦେବା ସହ ଦୀପ ପ୍ରଜ୍ଵଳନ କରିଥିଲେ।ପୁରାତନ ସାସ୍କୃତିକ ଅନୁଷ୍ଠାନ ଦ୍ରୌପଦୀ ଦେବୀ ଅନୁଷ୍ଠାନ ପିଲାମାନେ ଓଡିଶୀ ନୃତ୍ୟ କରିଥିଲେ। ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ ତୁଳସୀ ଅପା ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ ‘ସମ୍ବାଦ’ ସାହିତ୍ୟ ଘରର ଏହି କଳ୍ପନାକୁ ଭୃୟସୀ ପ୍ରଶଂସା କରିଥିଲେ। ‘ସମ୍ବାଦ’ ସାହିତ୍ୟ ଘରର ଏହି ଆନ୍ଦୋଳନ ଆଗକୁ ବ୍ୟାପକ ରୂପ ନେବା ସହ ଭାଷା ଓ ଓଡିଆ ଜାତି ପାଇଁ ଏକ ମାଇଲ ଖୁଣ୍ଟ ହେବ ଏଥିରେ ଦ୍ବିମତ ନୁହେଁ। ସମସ୍ତଙ୍କୁ ପ୍ରତିଦିନ ବହି ପଢିବା ଉଚିତ ବୋଲି କହିଥିଲେ। ପଢିବା ପାଇଁ କୌଣସି ବୟସ ସୀମା ନଥାଏ ବୋଲି ମୁଖ୍ୟ ଅତିଥି କହିଥିଲେ। ଜ୍ଞାନ ଆରୋହଣ କରିବାକୁ ହେଲେ ସମୟ କାଢି ବିଭିନ୍ନ ବହି ପଢିଲେ ହିଁ ନିଜର ଲେଖାରେ ସୁନ୍ଦରତା ଆସିଥାଏ।

ମୁଖ୍ୟବକ୍ତା ଡ ଶୁଭଶ୍ରୀଲେଙ୍କା ସାହିତ୍ୟର ଗଭୀର ତାତ୍ପର୍ଯ୍ୟ ସଂପର୍କରେ ବଖାଣିଥିଲେ।ସଭାପତି ଶ୍ରୀ ପ୍ରତାପ କିଶୋର ଦାସ ସାହିତ୍ୟ ଘରର ଏଭଳି ପରିକଳ୍ପନା କେବଳ ସୌମ୍ୟ ରଂଜନ ପଟ୍ଟନାୟକ ହିଁ କରିପାରିବେ ବୋଲି କହିଥିଲେ। ସାହିତ୍ୟକୁ ଭଲ ପାଉଥିବା ଲୋକ ହିଁ ଏହି କାର୍ଯ୍ୟମରେ ଭାଗ ନେଇ ନିଜର ସାହିତ୍ୟକୁ ଆହୁରି ଗଭିରତା ଦେଇପାରିବ। ଏହି ଅବସରରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର କବିମାନେ ନିଜ ନିଜର ସୁରଚିତ କବିତା ପାଠ କରିଥିଲେ। କବିତା ଗୁଡିକର ସଂଯୋଜନା କରିଥିଲେ । ଆଗାମୀ ଦିନରେ ମଧ୍ୟ ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଜିଲ୍ଲାରେ ସାହିତ୍ୟକୁ ଆହୁରି ବିସ୍ତାର କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ସମ୍ବାଦ ସାହିତ୍ୟ ଘର ତରଫରୁ ପୁରସ୍କୃତ କରାଯାଇଛି ବସନ୍ତ ମହାପାତ୍ର,ମମତା ଦାସ,ଦୋମୟନ୍ତି ସାମଲ,ଅଶୋକ ପ୍ରଜାପତିସଂଜୟ ନାଏକ , ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ, ବଡ଼ବିଲ ସମ୍ବାଦ ସାହିତ୍ୟ ଘର ଆବାହକ ସୁବୋଧ ଦାସ,ସମ୍ବାଦ ସାହିତ୍ୟ ଘର ମେମ୍ବର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ବ୍ରଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।କେନ୍ଦୁଝର ଜିଲ୍ଲା ରୁ ସୀତା ରାମ ଦୀକ୍ଷିତ ରିପୋର୍ଟ।