ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡର ଟାଟାରୁ ଅପହରଣକାରୀଙ୍କ କବଳରୁ ତବରେଜଙ୍କୁ ଉଦ୍ଧାର
ବଡ଼ବିଲ ଥାନା ପୋଲିସ ୩ଜଣ ଅପହରଣକାରୀ ବିରେନ୍ଦ୍ର ପାଣ୍ଡେ, କାର୍ତିକ ଯୁତସୀ ଓ ପପୁ ଯୁତସୀଙ୍କୁ ସ୍ଥାନୀୟ ଅଦାଲତରେ…
କେନ୍ଦୁଝର: ବଡ଼ବିଲ ଥାନା ଅଧିନସ୍ଥ ୮ ନମ୍ବର ୱାର୍ଡର ଅଫସରି ଖାତୁନ ନିଜ ସ୍ୱାମୀ ତାର୍ବେଜ୍ ଅଲାମଙ୍କ ଅପହରଣର ଲିଖିତ ଅଭିଯୋଗ ପରେ ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡର ଟାଟାରୁ ଅପହରଣକାରୀଙ୍କ କବଳରୁ ତବରେଜଙ୍କୁ ଉଦ୍ଧାର କରିବା ସହିତ ୩ଜଣ ଅପହରଣକାରୀ ବିରେନ୍ଦ୍ର ପାଣ୍ଡେ, କାର୍ତିକ ଯୁତସୀ ଓ ପପୁ ଯୁତସୀଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରିଥିଲ।
ତେବେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ, ସେପଟେ ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ସ୍ଥାନୀୟ ପୋଲିସ ବଡ଼ବିଲ ପୋଲିସକୁ ହସ୍ତାନ୍ତର କରିନଥିଲେ।
ଏହାପରେ ଅପହରଣକାରୀଙ୍କୁ ବଡବିଲ ଥାନାକୁ ରିମାଣ୍ଡରେ ଆଣିବା ନିମନ୍ତେ ବଡବିଲ କୋର୍ଟରେ ଆବେଦନ କରାଯାଇଥି ବଡ଼ବିଲ ଥାନା ଅଧିକାରୀସୁଶାନ୍ତ ଦାସ ସୂଚନା ଦେଇଛନ୍ତି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।