କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାରଦ ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପୁର ଓ ବଳଭଦ୍ର ପୁର ଗ୍ରାମର ଜନ ସାଧାରଣ ଆଜି ବ୍ଲକ ଅଫିସ ଘେରାଉ କରିଥିଲେ । ଝୁମ୍ପୂରା ବସ ଷ୍ଟାଣ୍ଡ ଠାରୁ ରାଲ୍ଲୀ ରେ ବାହାରି ବ୍ଲକ ଅଫିସ କୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରି ଏକ ଚାରି ଦଫା ଦାବି ବିଡ଼ିଓ ଙ୍କୁ ପ୍ରଦାନ କରି ଥିଲେ । ସରକାରୀ ସ୍ତରରେ ଅଭିଜ୍ଞ କର୍ମଚାରୀ ଅନୁସନ୍ଧାନ କରି ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରି ଥିଲେ ପ୍ରଥମ ଦାବି ପକ୍କା ଘର ଯୋଜନା ରେ ଜଗନ୍ନାଥ ପୁର ଓ ବଳଭଦ୍ର ପୁର ଗ୍ରାମ କୁ ସଂଯୋଗ କରାଯାଉ। ଦିତୀୟ ଦାବି ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ଉକ୍ତ ଗ୍ରାମ କୁ ଯୋଗାଇ ଦିଆ ଯାଉ। ତୃତୀୟ ଦାବି ଏନ ଏଚ 520 ରୋଡ ଠାରୁ ବଳଭଦ୍ର ପୁର ଛକ ପର୍ଜନ୍ତ ରୋଡ ମରାମତି କାର୍ଯ୍ୟ ତୁରନ୍ତ ପଦକ୍ଷେପ ନିଆ ଯାଉ ।
ଚତୁର୍ଥ ଦାବି ପାନୀୟ ଜଳ ତୁରନ୍ତ ପାଇପ ଯୋଗେ ଯୋଗାଇ ଦିଆ ଯାଉ । ରାଲୀ ରେ ଦୁଇ ଶହ ର ଉର୍ଦ୍ଧ ମହିଳା ପୁରୁଷ ସାମିଲ ଥିଲେ ।ପଞ୍ଚାୟତ ର ବାବୁଲାଲ ମହାନ୍ତ , ଯୁଧିଷ୍ଠିର ମହାନ୍ତ , କାହ୍ନୁ ଦାସ , ପୂର୍ବତନ ସରପଂଚ କିଶୋର କୁମାର ନାଏକ , ନାଏବ ସରପନଚ ଚନ୍ଦନ ବୋଇପାଇ ଅର୍ଜୁନ ବେହେରା , ଜାନକୀ ଓରାମ ୱାର୍ଡ ମେମ୍ବର କିରନ୍ ଓରାମ , ୱାଡମେମ୍ବର ଲକ୍ଷ୍ମୀରାଣୀ ଦାସ ତିନି ସହ ରୁ ଅଧିକ ମହିଳା ପୁରୁଷ ଆନ୍ଦୋଳନ ରେ ଯୋଗ ଦେଇ ଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ଏବଂ ଆଲୋଚନା କରା ଯାଇ ଥିଲା ।ବିଡ଼ିଓ ଦେଇଥିବା ପ୍ରତିଶ୍ରୁତି ଯଥା ଶୀଘ୍ର ପଦକ୍ଷେପ ନେଇ ପକ୍କା ଘର ଯୋଜନାରେ ସାମିଲ କରାଇବି ମୁଁ ଲୋକ ମାନଙ୍କ ସେବା କରିବି ଏବଂ ମୁଁ ଲୋକ ମାନଙ୍କ ସେବା କରିବି ଏଥିରେ ମୁ ସଂକଳ୍ପ ବୋଧ ବୋଲି କଥା ଦେଇ ଥିଲେ ।