ଶିଶୁ ଦିବସ ପାଳନ — ସରସ୍ଵତୀ ଶିଶୁବିଦ୍ୟାମନ୍ଦିର

ଆଜି ସକାଳ ୮ଟାରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ….

ବଡ଼ବିଲ: ଆଜି ସକାଳ ୮ଟାରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବଡ଼ବିଲ ରେ ଶିଶୁ ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହେଲା । ଉତ୍ସବର ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସନ୍ତୋଷ ସାହୁ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ତଥା ସମାଜସେବୀ ଶ୍ରୀଯୁକ୍ତ ରାମ କର୍ମକାର ଶିଶୁମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବଡ଼ବିଲ ସଂକୁଳର ସଂକୁଳପ୍ରମୁଖ ଓ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ଶିଶୁମାନଙ୍କୁ ଉଦ୍ବୋଧନ କରି ସୁପଥର ଦିଗଦର୍ଶନ ଦେଇଥିଲେ ।

ଗୁରୁଜୀ ଓ ଗୁରୁମାଙ୍କ ନେତୃତ୍ୱରେ ଶିଶୁମାନେ ଅକ୍ଷତ, ତିଳକ, ଫୁଲ ଓ ଚନ୍ଦନରେ ବିଦ୍ୟା ପ୍ରତୀକ ଭାବରେ ପୂଜନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁକ ବେଶ, ସଙ୍ଗୀତ, ବକ୍ତୃତା, ସଂସ୍କୃତ କବିତା ଆବୃତ୍ତି, ଚିତ୍ରାଙ୍କନ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ମୋଟ ୭୨୧ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ସମସ୍ତ ଶିକ୍ଷକ-ଶିକ୍ଷିକାଙ୍କ ସହଯୋଗରେ ଉତ୍ସବଟି ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସମୟ ପରିପାର୍ଶ୍ୱରେ ପାଳିତ ହୋଇଥିଲା । ଶେଷରେ ଆଚାର୍ଯ୍ୟା ଶ୍ରୀମତୀ ରଞ୍ଜିତା ରାଣୀ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମାପନୀରେ ଶିଶୁମାନେ ମିଷ୍ଟାନ୍ନ ଗ୍ରହଣ କରି ଉପହାର ସହ ଖୁସିରେ ଘରକୁ ଫେରିଥିଲେ ।