ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା

କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକର ତରମାକାନ୍ତ ଗ୍ରାମରେଥିବା ପଞ୍ଚାୟତ….

କେନ୍ଦୁଝର : କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକର ତରମାକାନ୍ତ ଗ୍ରାମରେଥିବା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ତରମାକାନ୍ତର ପ୍ରଧାନ ଶିକ୍ଷକ ଭିଶ୍ୱଭୂଷଣ ମାହାନ୍ତ ଦୀର୍ଘ ୪୦ ବର୍ଷ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରି ପିଲାମାନଙ୍କୁ ସବୁ ବେଳେ ସତ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେଇଥାନ୍ତି l ସବୁ ବେଳେ ଛାତ୍ର ଛାତ୍ରୀଙ୍କ ଭଲ ମନ୍ଧ ବୁଝିଥାନ୍ତି l ପ୍ରଧାନ ଶିକ୍ଷକ ହିସାବରେ ତାଙ୍କର ଗୁରୁ ଦାଇତ୍ୱ ଦୀର୍ଘ ୪୦ ବର୍ଷ ଷଠିକ ଭାବରେ ତୁଲାଇଛନ୍ତି l ତେଣୁକରି ପ୍ରଧାନ ଶିକ୍ଷକ ବିଶ୍ୱଭୂଷଣ ମାହାନ୍ତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ଦିଆଯାଇଛି l ବିଶ୍ଵଭୂଷଣ ସରଙ୍କୁ ଗାଡ଼ିରୁ ଅହ୍ଲାଇବା ମାତ୍ରେ ସମସ୍ତ ଶ୍ରେଣୀଶିକ୍ଷକ ଛାତ୍ର ଛାତ୍ରୀ ସହ ମିଶି ଫୁଲ ପୁଷ୍ପ୍ୟ ମାଲ୍ୟ ଦେଇ ଚନ୍ଦନ ଟୀକା ଲଗେଇ ଦେଇ ବିଶ୍ୱଭୂଷଣ ସାରଙ୍କୁ ସ୍କୁଲକୁ ସ୍ୱାଗତକରି ପାଛୋଟି ନେଇଥିଲେ ଏଥିରେ ସଭାପତିତ୍ୱ କରିଥିଲେ ଚିନ୍ମୟ ଜେନା ପ୍ରଥମେ ମା ଜଗତ ଜନନୀ ମା ତାରିଣୀଙ୍କ ପାଖରେ ବନ୍ଧାପନା କରି ସଭାଟିକୁ ଆଗେଇ ନେଇଥିଲେ ଏଥିରେ ମୁଖ୍ୟ ବକ୍ତା ଭାବରେ ଥିଲେ ରକ୍ଷାକର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଡ଼ମ୍ଭୁରୁଧର ମାହାନ୍ତ lPEO କେନ୍ଦୁଝର ସଭାପତି ରଘୁନାଥ ବେହେରା ଓସ୍ତା କେନ୍ଦୁଝର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ମିଶ୍ର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଓସ୍ତା କେନ୍ଦୁଝର ସଭାପତି ବୈକୁଣ୍ଠନାଥ ମାହାନ୍ତ ଓସ୍ତା ବ୍ଲକ ବାଂଶପାଳ ସମ୍ପାଦକ ସୁଶାନ୍ତ କୁମାର ବେହେରା ଓସ୍ତାବ୍ଲକ ବାଂଶପାଳ ସରତ ଚନ୍ଦ୍ର ସେଠୀ ବିଦ୍ୟାଳୟର ପୂର୍ବତନ ସଦସ୍ୟ ଏବଂ ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ମାହାନ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଶ୍ରେଣୀ ଶିକ୍ଷକ ଏବଂ କିଛି ଭଦ୍ର ବ୍ୟକ୍ତି ଅଭିଭାବକ ପୂର୍ବତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀମାନେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଦେବା ସହ ପ୍ରଧାନ ଶିକ୍ଷକଙ୍କୁ ପୁଲ ତୋଡ଼ା ବସ୍ତ୍ର ପ୍ରଦାନ କରିଥିଲେ ୪୦ ବର୍ଷ ଭିତରେ ଦୁଇ ଦୁଇ ଥର ଆଦର୍ଶ ଶିକ୍ଷକ ଭାବରେ ୨୦୦୪ ଓ ୨୦୦୫ ରେ ପୁରସ୍କାର ପାଇଛନ୍ତି l ଅନେକ ମେଧାଵୀ ଛାତ୍ର ଛାତ୍ରୀ ତାଙ୍କ ହାତରେ ଗଢି ଉଠିଛନ୍ତି l ଏ

ମିତି ଜଣେ ଶିକ୍ଷକ ଅଞ୍ଚଳ ବାସୀ ପାଇଁ ଗର୍ବ ଓ ଗୌରବ ପ୍ରଧାନ ଶିକ୍ଷକ ବିଶ୍ୱଭୂଷଣ ସାର କେତେ କଷ୍ଟରେ ଗୋଟେ ଅଧିବାସୀ ଅଧିଷିତ ଅଞ୍ଚଳରେ ଏମିତି ସ୍କୁଲଟିକୁ ଗଢ଼ିତୋଳିଛନ୍ତି ଯାହା ବ୍ୟକ୍ତ କରିହେବନାହିଁ l ଚିନ୍ମୟ ସାର ସମସ୍ତଙ୍କର ପରିଚୟ ପ୍ରଦାନ କରିବା ସହ ଅଭିଭାଷଣ ଦ୍ୱାରା ନିଜେ କାନ୍ଧିବା ସହ ସମସ୍ତଙ୍କ ଆଖିରୁ ଛଳ ଛଳ ହୋଇ ଆଖିରୁ ଲୁହ ବାହାରି ପଡିଥିଲା ପ୍ରଧାନ ଶିକ୍ଷକ ଯିବା ଦୁଃଖରେ ପିଲାମାନେ ଭାଙ୍ଗି ପଡିବା ସହ ଶିକ୍ଷକମାନେ ମଧ୍ୟ ଭାଙ୍ଗିପଡ଼ିଥିଲେ ନିହାତି ଭାବରେ ଦୁଃଖ ପ୍ରକାଶ କରିବେ ଯେ ହେତୁ ଘର ର ମେରୁ ଦଣ୍ଡଟି ତାଙ୍କୁ ଛାଡି ଚାଲିଯାଉଛନ୍ତି l ବିଧିର ବିଧାନ କେ କରିବୋ ଆନୋ ନିଞ୍ଚିତ ଜନ୍ମ ହୋଇଛେମାନେ ମୃତ୍ୟୁ ମଧ୍ୟ ଅଛି l ସେଇପରି ଚାକିରି ର ପ୍ରଥମ ଦିନ ଯେମିତି ଅଛି l ଶେଷ ଦିନ ମଧ୍ୟ ଅଛି l ସାରଙ୍କ ଅବସର ନେବାରେ ଅଞ୍ଚଳବାସୀ ସହ ଛାତ୍ର ଛାତ୍ରୀମାନେ ମଧ୍ୟ ଦୁଃଖରେ ଭାବ ବିହୋଳ ହୋଇପଡ଼ିଥିଲେ ଶେଷରେ ଗ୍ରାମର ଚତୁରର୍ପାର୍ଶ୍ୱ ପରିକ୍ରମ କରି ନିଜ ଜନ୍ମମାଟି କୁମୁଣ୍ଡିରେ ନେଇ ଛାଡ଼ିଥିଲେ lକେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।