ଡାକ୍ତରୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର ଜିଲ୍ଲା ପାଟଣା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ….
ପାଟଣା(ସାକ୍ସୀ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦୁଇଜଣ କୃତୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ୱାମ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ରଶିକ୍ଷକ “ପାର୍ଥସାରଥୀ ବେଜ “ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ ପାଟଣା ପଞ୍ଚାୟତର ସରପଞ୍ଚ ବିନତୀ ବାନରା ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର କର, ସମାଜସେବି,ବିଦ୍ୟାଧର ମହାନ୍ତ, ଅବସର ପାପ୍ତ ଶିକ୍ଷକ,ଶାନ୍ତନୁ କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ,ପ୍ରସନ୍ନ କୁମାର ପରିଡ଼ା, ନଳିନୀକାନ୍ତ ଘଣା, କୁଡ଼ୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଶିକ୍ଷକ ଦେବେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ ଏବଂ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି “ପ୍ରମୋଦ କୁମାର ମହାନ୍ତ “ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ହିଁ ଜୀବନରେ ସଫଳତାର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ କୃତୀ ଛାତ୍ରଛାତ୍ରୀ କୁମାରୀ ସୋନାଲିସା ମହାନ୍ତ ଓ ମିହିର ରଞ୍ଜନ ମହାନ୍ତଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ, ଶିକ୍ଷକ ମକରଧ୍ୱଜ ମହାନ୍ତ ଓ ମହେନ୍ଦ୍ର କୁମାର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା । ପାଟଣା ରୁ ଦୀନବନ୍ଧୁ ମିଶ୍ର ଙ୍କ ରିପୋର୍ଟ ।