ଚମ୍ପୁଆରେ ରାତି ଅଧରେ ଗାଈ ଚୋରି, ସିସିଟିଭିରେ କଏଦ ଘଟଣା
ଚୋରୀ ସମୟ ର ଘଟଣା ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି…
କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ନିକଟରୁ ରାତି ଅଧରେ ଏକ ଗାଈ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ନେଜାମୁଦ୍ଦିନଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ କିଛି ଦୁର୍ବୃତ୍ତ ଏକ ବୋଲେରୋ ଗାଡ଼ିରେ ତାଙ୍କ ଗାଈକୁ ଉଠାଇ ନେଇଯାଇଛନ୍ତି ।ଚୋରୀ ସମୟ ର ଘଟଣା ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ପରେ ଚମ୍ପୁଆ ଅଞ୍ଚଳରେ ଗୋରୁ ଚୋରିକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

ପୂର୍ବରୁ ଚୋରମାନେ ଘରେ ପଶି ଚୋରି କରୁଥିଲେ । ଏବେ ଗାଡ଼ି ବ୍ୟବହାର କରି ବଡ଼ ବଡ଼ ଗାଈ ଗୋରୁ ଚୋରି କରାଯାଉଛି। ତେବେ ଏହି ଘଟଣା ସହିତ କୌଣସି ଚୋରି ରାକେଟର ସମ୍ପର୍କ ଅଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ସିସିଟିଭି ଫୁଟେଜ୍ ଆଧାରରେ ଗାଈ ଚୋରିରେ ସମ୍ପୃକ୍ତ ବ୍ୟକ୍ତି ଓ ବ୍ୟବହୃତ ବୋଲେରୋ ଗାଡ଼ିକୁ ଚିହ୍ନଟ କରି ଶୀଘ୍ର ଧରିବା ପାଇଁ ସେ ଦାବି ହୋଇଛି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ଙ୍କ ରିପୋର୍ଟ ।