ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଡି. ଏସ. ଯୋଶୀ, ନୁତନ ତହସିଲଦାର

ବଡ଼ବିଲ(ସାକସୀ ନିଉଜ): କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଡି. ଏସ. ଯୋଶୀ, ନୁତନ ତହସିଲଦାର ଭାବରେ ଯୋଗ ଦେଇଛନ୍ତି । ବଡ଼ବିଲ ତହସିଲର ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।

ସୂଚନାଅନୁଯାୟୀ; ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲଙ୍କ ବଦଳି ପରେ, ଚମ୍ପୁଆ ତହସିଲଦାର ସୁଶ୍ରୀ ଶର୍ମିଷ୍ଠା ସାହୁ ବଡ଼ବିଲ ଦାୟିତ୍ୱରେ ଥିଲେ। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା, କୋଇଡା ତହସିଲର କାର୍ଯ୍ୟରତ ଥିବା ଶ୍ରୀ ଯୋଶୀ ଏବେ ବଡ଼ବିଲ ତହସିଲଦାର ଭାବେ ଦାୟିତ୍ୱ ତୁଲାଉଛନ୍ତି ।