ବିଶ୍ବକପ୍ ୨୦୨୩: ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଦୁଇ ପୂର୍ବତନ ବିଜେତା ଇଂଲଣ୍ଡ ଓ ପାକିସ୍ତାନକୁ ପରାସ୍ତ କରି ଚଳିତ ବିଶ୍ବକପ୍‌ରେ ବିପର୍ଯ୍ୟୟ କରିଥିବା ଆଫଗାନିସ୍ତାନ ସୋମବାର ୧୯୯୬ ବିଜେତା ଶ୍ରୀଲଙ୍କାକୁ ବି ମାତ୍‌ ଦେଇଛି । ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ବିଜୟୀ ହୋଇଛି ।

ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି ଆଫଗାନିସ୍ତାନ। ଆଜି ଖେଳାଯାଇିବା ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିବାବେଳେ ଆଫଗାନିସ୍ତାନକୁ ୨୪୨ ରନ ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଆଫଗାନିସ୍ତାନ ଟିମ ୪୫.୨ ଓଭରରେ ୩ ୱିକେଟ ବିନିମୟରେ ୨୪୨ ରନ ସ୍କୋର ସହ ୭ ୱିକେଟରେ ବିଜୟ ହାସଲ କରିଥିଲା ।