ବଡ଼ବିଲ ପ୍ରେସ କ୍ଲବର କାର୍ଯ୍ୟଭାର ତୁଲାଇବା ପାଇଁ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ

କେନ୍ଦୁଝର ଜିଲ୍ଲା ବଡ଼ବିଲ ପ୍ରେସ କ୍ଲବର କାର୍ଯ୍ୟଭାର ତୁଲାଇବା ପାଇଁ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ହୋଇଯାଇଛି । ବଡ଼ବିଲ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରି ନିର୍ବାଚନ କରାଇଥିଲେ । ବଡ଼ବିଲ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। କ୍ଲବର ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ବଳରାମ ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ସୁବୋଧଦାସ ସଭାପତି, ଚିତ୍ତ ରଞ୍ଜନ କର ଉପ ସଭାପତି, ମଧୁସୂଦନ ସାହୁ ସମ୍ପାଦକ, ରଘୁନାଥ ସାହୁ ସହ ସମ୍ପାଦକ ଓ ବିଶ୍ୱଜିତ ମହାନ୍ତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ବଡ଼ବିଲ ପ୍ରେସ କ୍ଲବର ସମସ୍ତ ସଦସ୍ୟମାନେ ନିଜର ବହୁମୂଲ୍ୟ ସମୟ ଦେଇ ନିଜର ମତାଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବର ଉପଦେଷ୍ଟା ନିର୍ମଳ କୁମାର ପତି, ଦେବପ୍ରିୟା ରଣା, ସଦସ୍ୟ ଦେବକାନ୍ତ ଦାସ,ଶାନ୍ତନୁ ଦାଶ, ଅଶୋକ ମହାନ୍ତ, ,ସିତାରାମ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ ।