ପୂର୍ବତନ ପ୍ରଧାନ ଶିକ୍ଷକ କୁଳମଣି ମିଶ୍ର ଙ୍କ ପରଲୋକ ଘଟଗାଁ ରେ ଶୋକ ଛାୟା

କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ସର୍ବ ପୁରାତନ ହାଇସ୍କୁଲ ତାରିଣୀ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ସର୍ବ ପୁରାତନ ହାଇସ୍କୁଲ ତାରିଣୀ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷକ କୁଳମଣି ମିଶ୍ର ଙ୍କ ୭୬ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ତାଙ୍କ କନିଷ୍ଟ ପୁତ୍ର ଦେବଦତ୍ତ ଙ୍କ ବାସ ଭଵନରେ ପରଲୋକ ଘଟିଛି !ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ବିଭୁଦତ୍ତ, ଦେବଦତ୍ତ ଙ୍କ ସମେତ ଦୁଇ ପୁତ୍ର ବଧୂ, ସ୍ୱର୍ଗତ ମିଶ୍ର ଙ୍କ ଦୁଇ ଝିଅ ନାତି ନାତୁଣୀ ଉପସ୍ଥିତ ଥିଲେ ଭୁବନେଶ୍ୱର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ କରାଯାଇଥିବା ବେଳେ ବଡ଼ ପୁଅ ଦେବଦତ୍ତ ମୁଖାଗ୍ନି ଦେଇଥିଲେ ।କୁଲ ମଣି ଅଧ୍ୟୟନ କରିଥିବା ଛାତ୍ର ଓ ଛାତ୍ରୀ ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ଘଟଗାଁ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ତାଙ୍କରି ନିକଟରୁ ଶିକ୍ଷାପ୍ରାପ୍ତି କରୀ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିଥିବାରୁ, ଘଟଗାଁ ସମେତ ଆଖପାଖ ଅଞ୍ଚଳରେ ଓ ତାରିଣୀ ବିଦ୍ୟାପୀଠ ପୁରାତନ ଛାତ୍ର ଛାତ୍ରୀ ମହଲରେ ଶୋକ ପ୍ରକାଶ ପାଇଥିଲା ! ଘଟଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ନେତୃମଣ୍ଡଳୀ, ସମାଜସେବୀ ମହଲ ଶୋକ ର ଛାୟା ଖେଳିଯାଇଛି। କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।