ହାତୀ ଆକ୍ରମଣରେ, ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ଦିନ ପ୍ରାୟ ୧୧ଟା ସମୟରେ ଜାଳେଣୀ କାଠ ସଂଗ୍ରହ ପାଇଁ ସମରା ….

ବଡ଼ବିଲ ରେଞ୍ଜ, ରଇଡ଼ାରେ ହାତୀ ଆକ୍ରମଣ, ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର । ମୃତକ ରଇଡ଼ା, ପଣସଗୁଡ଼ା ଅଞ୍ଚଳର ସମରା ମୁଣ୍ଡା । ଦିନ ପ୍ରାୟ ୧୧ଟା ସମୟରେ ଜାଳେଣୀ କାଠ ସଂଗ୍ରହ ପାଇଁ ସମରା ମୁଣ୍ଡା, ନିଜ ସ୍ତ୍ରୀ ଓ ଝିଅ ସହିତ ପାଖ ଜଙ୍ଗଲକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଏମାନେ ଜଙ୍ଗଲରେ ଏକ ଦନ୍ତାହାତୀ ହାବୁଡରେ ପଡ଼ିଯାଇଥିଲେ। ହାତୀଟି ସମରାଙ୍କୁ ଟେକି କଚାଡ଼ି ଦେଇଥିଲା ଯାହା ଫଳରେ ଘଟଣସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ବେଳେ ସ୍ତ୍ରୀ ସରସ୍ଵତୀ ମୁଣ୍ଡା ଓ ୮ ବର୍ଷର ଝିଅ ପୁତୁଲି ମୁଣ୍ଡା ଆହତ ହୋଇଛନ୍ତି । ପ୍ରାଣ ବିକଳରେ ସେଠାରୁ ଧାଇଁ ପଳାଇ ଆସିବାରୁ ଉଭୟଙ୍କ ଜୀବନ ବଞ୍ଚିଯାଇଥିଲା । ଉଭୟଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ବନ ଅଧିକାରୀ ଓ ରୁଗୁଡ଼ି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।