ବଜ୍ରାଘାତ ନେଲା ପୁଣି ଦୁଇ ଜୀବନ

ବଜ୍ରାଘାତ ନେଲା ପୁଣି ଦୁଇ ଜୀବନ ।କେନ୍ଦୁଝର ଜିଲ୍ଲା ହାଟଡ଼ିହି…

କେନ୍ଦୁଝର: ବଜ୍ରାଘାତ ନେଲା ପୁଣି ଦୁଇ ଜୀବନ ।କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାହାରିପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଦ୍ୱୟ ହେଉଛନ୍ତି- ନୃସିଂହ ଜେନା ଓ କାହ୍ନୁ ଜେନା। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସେହି ସମୟରେ ଘଡଘଡି ସହ ପ୍ରବଳ ବର୍ଷା ଓ ପବନ ହେବା ସହିତ ବଜ୍ରାଘାତ ହୋଇଥିଲା ।ରାଜ୍ୟରେ ଯେଉଁଭଳି ଭାବରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ସହ ଘଡଘଡି ହେଉଛି । ଏଥିରେ ଅନେକଙ୍କ ଜୀବନ ଗଲାଣି । କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।