ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜାତୀୟ ରାଜପଥ ନିର୍ମାଣ ଆରମ୍ଭ

ଜିଲ୍ଲା ପାଟଣା ବୈତରଣୀ ନଦୀ ରେ ଏକ ପୋଲ …

ପାଟଣା: ଜିଲ୍ଲା ପାଟଣା ବୈତରଣୀ ନଦୀ ରେ ଏକ ପୋଲ ଏ ସ ଆର ସି ଠିକା ସଂସ୍ଥା 40 କୋଟି ଟଙ୍କା ବ୍ୟୟ ରେ 2022 ମସିହାରୁ କାର୍ଯ୍ୟାଦେଶ ପାଇ ଆରମ୍ଭ କରିଥିଲେ | କିନ୍ତୁ ପୋଲରୁ ସଂଲଗ୍ନ ଜମି ଦେଈ ଯିବାକୁ ଥିବା ରାସ୍ତା କୁ ସମସ୍ତ ଜମିର ମାଲିକ, ଉଚିତ ମୂଲ୍ୟ ଦାବି କରିଥିଲେ | ଏଥି ପାଈଁ ପ୍ରାୟତଃ ପୋଲ କାମ ସାରିବାକୁ ବସିଥିବା ବେଳେ, ଉକ୍ତ ରାସ୍ତା କାମ ବନ୍ଦ ରହିଥିଲା |

ଏଣୁ ଶୁକ୍ର ବାର (29.5.2026) ଦିନ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରି, ଯନ୍ତ୍ରୀ ଇନୁସା ପାଣିଗ୍ରାହୀ,ଏସଡ଼ିଓ ପୁନମ ନୀଳିମା ଟପୋ,ମାଜିଷ୍ଟ୍ରେଟ ଭାବେ ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମରମ, ସାହାରପଡା ର ଅତିରିକ୍ତ ତହସିଲଦାର ଚରଣ ନାୟକ, ପାଟଣା ର ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା,ଙ୍କ ଉପସ୍ଥିତ ରେ ସଂଲଗ୍ନ ରାସ୍ତା କାମ ଆରମ୍ଭ ହୋଇଥିଲା ଏହା 3 ଦିନ ଧରି ପୋଲିସ ଙ୍କ ଉପସ୍ଥିତ ରେ ଉକ୍ତ କାର୍ଯ୍ୟ ଚାଲିବ ବୋଲି ପାଟଣା ତହସିଲଦାର ଅଶ୍ଵନୀ କୁମାର ନାୟକ ପ୍ରକାଶ କରିଛନ୍ତି | କିନ୍ତୁ ଦୁଗାର୍ଦେଈପୁର ଏବଂ ଟାଇଁଶୀରା ଗ୍ରାମର ଜମି ଯାଉ ଥିବା ଜମି ମାଲିକ ମାନେ ଉଚିତ ମୂଲ୍ୟ ପାଇବାକୁ ଲୋକଙ୍କ ସରକାର ଙ୍କ ପାଖରେ ଦାବି କରିଛନ୍ତି ବୋଲି ଜମିମାଲିକ ଯୁଗଳକିଶୋର ଦାଶ ପ୍ରକାଶ କରିଛନ୍ତି |