ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ଜନଅସନ୍ତଷ

ଏହାର ପ୍ରତିକାର ତୁରନ୍ତ ହେଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସ୍ଥିତ ମହାଦେଈଯୋଡ଼ା ଗ୍ରାମ ରେ ପ୍ରତ୍ୟହ ରାତି ଦଶଟା ରୁ ସକାଳ ଦଶ ଟା ପର୍ଯ୍ୟନ୍ତ ବିଜୁଳିକାଟ କୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଗଭୀର ଅସନ୍ତାଷ ପ୍ରକଟ କରିଅଛନ୍ତି l ଆଜି ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ ଅଫିସ ରେ ଏହି ବିଜୁଳିକାଟ କୁ ନେଇ ପ୍ରତିବାଦ ଜଣାଇଛନ୍ତି ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l

ଗ୍ରାମବାସୀ ଙ୍କ କହିବା ଅନୁସାରେ ମହାଦେଈଯୋଡ଼ା ଗ୍ରାମ ରୁ ପଚିଶ କିଲୋମିଟର ରୁ ଉର୍ଦ୍ଧ ଦୂର ରେ ମଧ୍ୟ ହାତୀ ବାହାରିଲେ ଏହି ଗ୍ରାମ ରେ ବିଦ୍ୟୁତବିଭାଗ ଲାଇନ କାଟିଥାନ୍ତି ଯାହାର କି କୌଣସି କାରଣ ତଥା ପ୍ରୟୋଜନ ନାହିଁ ଏବଂ ବିଦ୍ୟୁତ ବିଭାଗ କୁ ଗ୍ରାମବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ l ଏହାର ପ୍ରତିକାର ତୁରନ୍ତ ହେଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି l