ଜିଲ୍ଲା ସ୍ତରୀୟ ନୂଆଖାଇ ପର୍ବ ପାଳିତ

ଆଖାଇ ପଶ୍ଚିମ ଓଡିଶା ର ଏକ କୃଷିଭିତିକ ଗଣପର୍ବ….

କେନ୍ଦୁଝର : ନୂଆଖାଇ ଆମ ମହାନ ସାଂସ୍କୃତିକ ପରମ୍ପରା ର ଅଂଶ ବିଶେଷ l ମାଟି ଓ ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବାର ଅବସର ଆଣେ ନୂଆଖାଇ l କେନ୍ଦୁଝର ଜିଲ୍ଲା ସାଂସ୍କୃତିକ ଭବନ ଠାରେ ପାଳନ ହୋଇଅଛି ଏହି ନୂଆଖାଇ ପର୍ବ l କେନ୍ଦୁଝର ଜିଲ୍ଲା ଆଶିଷ ଠାକରେ ଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଯଦୁମଣି ମହଲା ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଉଦବୋଧନ ରେ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡିଶା ର ଏକ କୃଷିଭିତିକ ଗଣପର୍ବ, ଯଦିଓ ପଶ୍ଚିମ ଓଡିଶା ରେ ଧୂମଧାମ ରେ ପାଳିତ ହୁଏ ଓଡିଶା ର ପୂର୍ଵପଲ୍ଲୀ ରେ ମଧ୍ୟ ନୂଆଖାଇ ର ନିଆରା ସ୍ୱlତ୍ୟନ୍ତ୍ର ରହିଛି l

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତି ଅଧିକାରୀ ସୁଶ୍ରୀ ମାନସ୍ବିନୀ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ଶ୍ରୀ ସଂଜୀବ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାତ୍ର, ପର୍ଯ୍ୟଟନ ବିଭାଗ ସହ ନିର୍ଦେଶକ ରମେଶ ଚନ୍ଦ୍ର ନାଏକ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶିରୋପାଣି ନାଏକ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ l ଏହି ଅବସର ରେ ବର୍ଷାକ୍ଲବ, ସ୍ପିର୍ଟଯା ଏବଂ ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l