କେନ୍ଦୁଝର (ସାକ୍ସୀ ନ୍ୟୁଜ୍): ରାସ୍ତାରେ ବେଆଇନ ପାର୍କିଂ ପାଇଁଁ ଲଗାତାର ତିନି ଚାରିଦିନ ସ୍କୁଲ୍ ନ ଯାଇପାରି ଅଧାବାଟରୁ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଆଜି ସକାଳ ୯ ଘଟିକା ସମୟରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର କାଳି ମାଟି ଛକ ଠାରେ ସ୍କୁଲ ବସ୍ କୁ ରାସ୍ତା ମଝିରେ ଠିଆ କରି ରାସ୍ତା ଅବରୋଧ କରି ରଖିଛନ୍ତି, ଛାତ୍ରଛାତ୍ରୀଙ୍କ କହିବା କଥା ପ୍ରତ୍ୟେକ ଦିନ ବାମେବାରୀ ପଳାସପଙ୍ଗା ରାସ୍ତା ସମ୍ପୂର୍ଣ୍ଣ ଟ୍ରାଫିକ ଜାମ ସମସ୍ୟା ଉତ୍କଟ ହେଉଛି ।

ଏମିତିବି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ରହିଛି ବାରମ୍ବାର ଜିଲ୍ଲା ପ୍ରଶାସନ ଙ୍କୁ ଅଞ୍ଚଳ ବାସୀ ଅଭିଯୋଗ କରି ଆସୁଥିଲେ ସୁଧା ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାର ସ୍ଥାୟୀ ସମାଧାନ କରି ପାରିଲେ ନାହିଁ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ବହୁବାର ଲିଖିତ ଅଭିଯୋଗ ଦାଖଲ ପରେ ବି ଫଳ ଶୂନ, ଛୋଟ ଛୋଟ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖଣି ଓ କାରଖାନା କମ୍ପାନୀ ମାନେ ଖେଳୁଥିଲେ ସୁଧା ଜିଲ୍ଲା ପ୍ରଶାସନ ସବୁ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦରେ ଶୋଇଛି, ଏବେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ରାସ୍ତା ରେ ବେଆଇନ ପାର୍କିଂ ବନ୍ଦ ଏବଂ ରାସ୍ତା ର ମରାମତି ପାଇଁ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଏହି ଆନ୍ଦୋଳନ ଜାରୀ ରଖିବେ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି, କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ଙ୍କ ରିପୋର୍ଟ ।