ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା
ଶିଶୁଟି ଦୁଇ ତିନି ଦିନର ହୋଇଥିବା ଜଣାପଡୁ ଥିବା ଆଶା ଦିଦି କହିଥିବା ବେଳେ କିଏ ଏବଂ କାହିଁକି…
କେନ୍ଦୁଝର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡୁଳା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଶିଶୁଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, କିଛି ଲୋକ କାଜୁ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଗ୍ରାମରେ ଜଣାଇବା ପରେ ଗ୍ରାମର ଆଶା ଦିଦି ଡାଲିମ୍ବ ମହାନ୍ତ ଗ୍ରାମବାସୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଶିଶୁଟି ଦୁଇ ତିନି ଦିନର ହୋଇଥିବା ଜଣାପଡୁ ଥିବା ଆଶା ଦିଦି କହିଥିବା ବେଳେ କିଏ ଏବଂ କାହିଁକି ଏଠାରେ ଶିଶୁ କନ୍ୟାକୁ ଛାଡ଼ି ଚାଲିଗଲେ ତାହା ସ୍ପଷ୍ଟ ହୋଇ ନାହିଁ। ଉଦ୍ଧାର ପରେ ଶିଶୁଟିକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲାରୁ ସୀତାରାମ ଦୀକ୍ଷିତ ରିପୋର୍ଟ।