ପ୍ରତାରଣ ପ୍ରତିଶ୍ରୁତି ଓ ପ୍ରଚାରସର୍ବସ୍ୱ ସରକାରର ସମୟ ସରିଆସିଲାଣି

କଂଗ୍ରେସ ବିଚାର ଧାରାକୁ ଏବଂ ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱକୁ ଭରସା କରି ୨୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି ଓ ବିଜେପି ନେତା କର୍ମୀଙ୍କ କଂଗ୍ରେସର ଯୋଗଦାନ

ଭୁବନେଶ୍ୱର ତା ୧୧.୭: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରାମ ଗତ ଜୁନ ୨୭ ତାରିଖରୁ ଭଦ୍ରକ ଜିଲ୍ଲାର ଇରମ ଠାରୁ ଆରମ୍ଭ ହୋଇଥିବା ଜନସଂପର୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ସଇଁତଳାର ହାଟପଦା ଠାରେ ଅନୁଷ୍ଠିତ ଜନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ଗତ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ଏବଂ ୯ବର୍ଷ ଧରି କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୁରଣ କରିବାରେ ବିଫଳ ବୋଲି କହିଛନ୍ତି ।

ନବୀନ ଓ ମୋଦି ଏକ ମୁଦ୍ରାର ଦୁଇଟି ପାଶ୍ୱର୍ । ରାଜଧାନୀରେ କଳି ଦିଲ୍ଲୀରେ କୋଳାକୋଳି । ଉଭୟ ସରକାର କେବଳ ପ୍ରତିଶ୍ରୁତି, ପ୍ରଚାର ଓ ପ୍ରତାରଣା ସର୍ବସ୍ୱ ବିଗତ କଂଗ୍ରେସ ସରକାର ସମୟରେ ହୋଇଥିବା ଦୁଇ ପ୍ରଧାନମନ୍ତ୍ରୀ କେବିକେ ଜିଲ୍ଲାକୁ ୫ ହଜାର ୬ଶହ କୋଟି ଟଙ୍କା ଜନହିତକାର କାର୍ଯ୍ୟ ପାଇଁ ଦେଇଥିଲେ । କଂଗ୍ରେସ ସରକାର ସମୟରେ ହୋଇଥିବା ସ୍କୁଲରେ ବର୍ତମାନ ଶିକ୍ଷକ ନାହାନ୍ତି,ଶିକ୍ଷ୍ୟାବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ସେହିପରି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ବିଶେଷ କରି ବଲାଙ୍ଗିର ଜିଲ୍ଳାର ସଇଁତଳାରେ ଯେଉଁ ଗୋଳାବାରୁଦ କାରଖାନା ବିଗତ କଂଗ୍ରେସ ସରକାର ସମୟରେ କରାଯାଇଥିଲା ତାହା ବର୍ତମାନର ସରକାର ଘରୋଇ ସଂସ୍ଥାକୁ ଟେକିଦେବା ଲଜ୍ଜ୍ୟା ଓ ପରିତାପର ବିଷୟ ।

ରାଜ୍ୟରେ କଂଗ୍ରେସ ସରକାର ସମୟରେ ଯେତେଗୁଡ଼ିଏ କଳକାରଖାନା କରାଯାଇଥିଲା ତାହା ଏ ସରକାର ସମୟରେ ବନ୍ଦ ହୋଇଯାଇଛି । ସେହିପରି ରାଜ୍ୟରେ ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, କୃଷକ ଆତ୍ମହତ୍ୟା ଦ୍ରୁତି ଗତିରେ ବୃଦ୍ଧି ପାଉଛି । ଉଭୟ ବିଜେଡ଼ି ଓ ବିଜେପି ସରକାର ଚାଷୀ, ଯୁବକ, ମହିଳା ଓ ଛାତ୍ର ବିରୋଧି । ବର୍ତମାନ ଅତ୍ୟାବଶକୀୟ ସାମଗ୍ରୀ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଏବଂ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କଂଗ୍ରେସ ସରକାର ଆସିଲେ ରାଜ୍ୟର ପ୍ରଗତି ନିଶ୍ଚିତ ହେବ ।

୧୯୯୦ ମସିହାରେ କଂଗ୍ରେସ ମାତ୍ର ୧୦ଟି ବିଧାୟକ ଜିତିଥିବା ବେଳେ ପରବର୍ତୀ ସମୟରେ ୧୯୯୫ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ୯୦ ରୁ ଉର୍ଦ୍ଧ୍ୱ ଆସନ ଜିତି ଆମେ ସରକାରକୁ ଆସିଥିଲୁ । ମୁଁ ସେତେବେଳେ ଯୁବ କଂଗ୍ରେସର ନେତୃତ୍ୱ ନେଉଥିଲି ଏବଂ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଲଢ଼େଇ କରି ଶାସନ କ୍ଷମତାକୁ ଆସିଥିଲୁ । ମୋର ବିଶ୍ୱାସ ୨୦୨୪ ରେ କଂଗ୍ରେସ ୯୦ ଆସନ ଆଣି ସରକାର ଗଢ଼ିବ ।

କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ଘରକୁ ୨୦୦ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ । ଅଫିସର ରାଜ ଶେଷ ହେବ । ଯେଉଁ ଅଫିସର ମାନେ ସରକାରଙ୍କ ହାତବାରିସ ହୋଇ ସାଧାରଣ ଜନତା ବିଶେଷକରି କଂଗ୍ରେସ କର୍ମୀ ଓ ନେତୃବୃନ୍ଦଙ୍କୁ ହଇରାଣ ହରକତ କରୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଅବସରରେ ପାଟଣାଗଡ଼ର ଅନିଲ ମେହେରଙ୍କ ନେତୃତ୍ୱରେ ୨୦୦ ରୁ ଉର୍ଦ୍ଧ୍ୱ ଉଭୟ ବିଜେଡ଼ି ଓ ବିଜେପି କର୍ମୀ କଂଗ୍ରେସର ବିଚାରଧାରାକୁ ପାଥେୟ କରି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ଭରଷା କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ କଂଗ୍ରେସ ଦଳରେ ଯୋଗଦେଇଥିଲେ ।

ପ୍ରାରମ୍ଭରେ ପୂର୍ବତନ ବିରୋଧିଦଳ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ଟିକ୍ରାପଡ଼ା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ହାଟପଦା ପର୍ଯ୍ୟନ୍ତ ନିଆଯାଇଥିଲା । ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବେହରାଙ୍କ ସଭାପତିତ୍ୱରେ ଆଜିର କାର୍ଯ୍ୟକ୍ରମରେ ବିଧାୟକ ସନ୍ତୋଷସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ବିଦୁଭୁଷଣ ତ୍ରିପାଠୀ, ଆକାଶ ମିଶ୍ର, ରାଧାକାନ୍ତ ଜେନା, କିଶୋର ଜେନା, ଯଜେ୍ଞଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ଜ୍ଞାନ ପଟ୍ଟନାୟକ, ସଇଁତଳା ବ୍ଲକ ସଭାପତି ଗୁଣ ସାଗର ମାଝି, ୩୨ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ଯୁବ କଂଗ୍ରେସ ନେତା ଅଭିଷେକ ପଟ୍ଟନାୟକ, ଅମିତ ନାୟକ, ଶ୍ରୀମନ ସିଂ ଭୋଇ, ଶୋଭେନ ସିଂ, ସୁବତ୍ର ବେହେରା, ଅମିତ ରଥ, ଜ୍ୟୋର୍ତିମୟୀ ଜେନା, କିଶୋର ଜାଲ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।