ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ଵାମୀ ଏବଂ ଝିଅର ଜୀବନ

ଯୋଡ଼ା: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ରେ ସୋମବାର ରାତିରେ ଏକ ଅଜଣା ଟ୍ରକ୍ ଧକ୍କାରେ ବାପ ଏବଂ ଝିଅଙ୍କ ମୃତ୍ୟ ହେଇଥିବା ବେଳେ ମା’ଗୁରୁତର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଏବଂ ଛୋଟ ଝିଅ କୋଇଡା ରୁ ଘରକୁ ଫେରୁଥିବା ବେଳେ ଟୋପାଡିହି ଛକ ନିକଟରେ ଏକ ଅଜଣା ଟ୍ରକ ସ୍କୁଟି ଟିକୁ ପଛପଟୁ ଧକ୍କାଦେଇ ଘୋଷାରୀ ନେଇ ସେଠାରୁ ତୁରନ୍ତ ଫେରାର ହୋଇଥିଲା। ତେବେ ମୃତକ ଲୋଇଡ଼ାପଦା ସ୍ତିତ ଶିବୁ ସାହିର ଦିଲିପ ସିଙ୍କୁ ଓ ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ ବୋଲି ଜଣାପଡିଛି ।

ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥାରେ ମା’ ତୁଳସୀ ସିଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ। । ରୁଗୁଡ଼ି ପୋଲିସ ଘଟଣା ସ୍ଥଳରେ ଟ୍ରକ କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।