ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ରେ ଚୋରି, ଲୁଟ, ଛୀନତାଇ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଲୁଟେରା ସ୍ପଷ୍ଟ ଦିବାଲୋକରେ ପୋଲିସ କୁ ଚେଲେଞ୍ଜ କରି ଲୁଟ କରି ଚମ୍ପଟ ମାରୁଥିବା ବେଳେ, ପୋଲିସର ମୁଣ୍ଡ ବଥା କୁ ବଢ଼ାଇ ଦେଇଛି। ଲୁଟେରା ମାନେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଳାଇଥିଲେ ଲୁଟ । ଲୁଟ ପରେ ଲୁଟ ସାମଗ୍ରୀକୁ ନେଇ ପଶ୍ଚିମବଙ୍ଗରେ କରୁଥିଲେ ବିକ୍ରି..କିଛି ଦିନ ହେବ ଏପରି ଘଟଣା ପୋଲିସ ର ମୁଣ୍ଡ ବଥା ବଢ଼େଇ ଦେଇଥିବା ବେଳେ,ଶେଷରେ ପୋଲିସ ହାବୁଡ଼ରେ ପଡିଛନ୍ତି ଦୁଇ ଲୁଟେରା ।
ମୟୁରଭଞ୍ଜ ଜିଲ୍ଲା ଏସ ପି ରିସିକେଶ ଦିନ ଦୟାଲ ଖିଲାରି ଙ୍କ ନିର୍ଦେଶ ରେ ଉଦଳା ଥାନାର IIC ନିରୋଜ କୁମାର ସାମଲ ଙ୍କ ସହଯୋଗରେ ଉଦଳା ଥାନାର କାର୍ଯ୍ୟରତ ସବ ଇନ୍ସ୍ପେକଟର ସରୋଜ କୁମାର ଜେନା, ବାରିପଦା ଟାଉନ ଥାନାର କାର୍ଯ୍ୟରତ ସବ ଇନ୍ସ୍ପେକଟର ଅଜିତ କୁମାର ସାହୁ , ପଶ୍ଚିମବଙ୍ଗ ପୋଲିସ ର ସହାୟତା ରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ବେଲଡାଙ୍ଗ ଅଂଚଳରୁ ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ର ସତନ୍ତ ଦଳ ଗିରଫ ହୋଇଥିବା ଦୁଇ ଲୁଟେରା ଉକ୍ତ ଅଞ୍ଚଳର ସୁଜୟ ମଣ୍ଡଳ ଏବଂ ଆବୁ ସାମାଡ଼ ବୋଲି ସୂଚନା ମିଳିଥିବା ବେଳେ …ଏହି ଦୁଇ ଜଣଙ୍କ ବ୍ୟତୀତ ଆହୁରି ୬ ଜଣ ଏହି ଲୁଟେରା ଗ୍ୟାଙ୍ଗରେ ରହିଛନ୍ତି ବୋଲି ସୂଚନା ମିଳିଛି …. ଗିରଫ ଦୁଇ ଲୁଟେରା ଲୁଟ ସୁନା ଅଳଙ୍କାର କିଣି ତାହାକୁ ତରଳାଇ ବିକ୍ରି କରୁଥିଲେ…ଏହି ଗ୍ୟାଙ୍ଗ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା, ଉଦଳା, ଝାରପୋଖରୀଆ ,ବୈଶିଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ଘରୁ ସୁନା ଅଳଙ୍କାର ଲୁଟ କରିଛନ୍ତି…ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ସତୁରି ଗ୍ରାମ ସୁନା, 230 ଗ୍ରାମ ରୂପା ଏବଂ ନଗଦ 28 ହଜାର 5ଶହ ଟଙ୍କା ଜବତ କରିଛି…. ଏହା ସହିତ ପୁରା ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।