ଗତ ୧୯୭୫-୭୭ ଜରୁରୀ କାଳୀନ ପରିସ୍ଥିତି ସମୟର ଆନ୍ଦୋଳନକାରୀ ମାନଙ୍କ ସମ୍ବନ୍ଧରେ ଅବଗତ
ଓଡିଶାରୁ ୧୧୬୨ ଜଣ ସତ୍ୟାଗ୍ରହକରି କାରାବରଣ ….
ଓଡିଶାରୁ ୧୧୬୨ ଜଣ ସତ୍ୟାଗ୍ରହକରି କାରାବରଣ କରିଥିଲେ। ତନ୍ମଧ୍ୟରେ ପାଖାପାଖି ୩୦୦ ଜଣ ବଞ୍ଚିଥାଇ ପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭୦ ଜଣ ସମ୍ମାନ ନିଧି ଉପଭୋଗ କରୁଥିବା ଅନୁମାନ କରାଯାଏ । ଭଦ୍ରକ ଜିଲ୍ଲା ରୁ ୯ ଜଣ, କଳାହାଣ୍ଡି ଜିଲ୍ଲା ରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲା ରୁ ୪ ଜଣ, ବାଲେଶ୍ଵର ଜିଲ୍ଲା ରୁ ୪ ଜଣ, ଜଗତସିଂପୁର ଜିଲ୍ଲା ରୁ ୨ଜଣ, ପୁରୀ ଜିଲ୍ଲା ରୁ ୨ ଜଣ ଏପରି ମୋଟ ୨୪ ଜଣ ବଞ୍ଚିତ ରହିବାର ଖବର ଅଛି । ତନ୍ମଧ୍ୟରୁ ସୁନ୍ଦରଗଡ ଜିଲ୍ଲା ର ତ୍ରିଲୋଚନ ନାଏକ, ଜୟପୁର ଜେଲ୍ ରେ ଥିଲେ ବର୍ତ୍ତମାନ ଶାନ୍ତିକୁଞ୍ଜ ହରିଦ୍ଵାରରେ ପ୍ରଦୀପ ବାନପ୍ରସ୍ଥି ନାମରେ ଅଛନ୍ତି ଓ ବରଗଡ ଜିଲ୍ଲା ର ଦେବେନ୍ଦ୍ର ହୋତା ବରଗଡ ଜିଲ୍ଲା ର ଭୀକାରୀ ମାନଙ୍କ ଆଶ୍ରୟ ସ୍ଖଳରେ ରହି ଆସୁଛନ୍ତି ତାଙ୍କର ମଧ୍ୟ ସମ୍ମାନ ନିଧୁ ମିଳିନାହିଁ ଯାହାକି ସ୍ପର୍ଶକାତର ବିଷୟ ।
୨- ଅନ୍ୟ ରାଜ୍ୟ ଭଳି ଔଷଧ ଖର୍ଚ୍ଚ ବାବଦକୁ ମାସିକ ଟ. ୫୦୦୦ଙ୍କା ଦେବାପାଇଁ ଅନୁରୋଧ କରୁ ।
୩- ସରକାରଙ୍କ ଦ୍ଵାରା ଘୋସିତ ବସ ପାସ ଅଦ୍ୟାବଧୁ କେହିପାଇ ନାହାନ୍ତି । ଏଣୁ ତ୍ବରାନ୍ବିତ ଭାବରେ ଲାଗୁକରିବାକୁ ଅନୁରୋଧ
୪- ତା୨୫ ଜୁନ ୨୦୨୫ ରେ ରେଲ୍ୱେ ଭବନରେ ୧୦୫ ଜଣ ଆନ୍ଦୋଳନ କାରୀଙ୍କୁ ତାମ୍ବୁପତ୍ର ଦେଇ ସମ୍ମାନୀତ କରାଯାଇଥୁଲା ତାହା ଅନ୍ୟମାନଙ୍କୁ ମିଳି ନାହିଁ । ଏଣୁ ଜିଲ୍ଲା ପାଳଙ୍କ ମାଧ୍ୟମରେ ଅବଶିଷ୍ଟ ସତ୍ୟାଗ୍ରହିଙ୍କୁ ତାମ୍ରପତ୍ର ପ୍ରଦାନର ବ୍ୟବସ୍ଥା କରିବାକୁ ଅନୁରୋଧ କରୁଥିଲେ ।
୫- ଅନ୍ୟ ରାଜ୍ୟ ଭଳି ମରଣୋତ୍ତର ସ୍ଵାଧୀନତା ସଂଗ୍ରାମୀ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଅନୁରୋଧ କରୁଥିଲେ ।
୬- ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ରେ ସତ୍ୟାଗ୍ରହୀ ମାନଙ୍କୁ ଆମନ୍ରଣ କରିବା ଓ ତାଙ୍କର ବାର୍ଷିକ ସୁବିଧା ଅସୁବିଧା ଜିଲ୍ଲା ପାଳଙ୍କ ମାଧ୍ୟମରେ ବୁଝିବାକୁ ଅନୁରୋଧ କରାଗଲା ।
୭- ଯେହେତୁ ବାର୍ଦ୍ଧକ୍ୟତା କାରଣରୁ ଦିନକୁଦିନ ସତ୍ୟାଗ୍ରହି ଙ୍କ ସଂଖ୍ୟା କମିବାରେ ଲାଗିଛି । ଉଦାହରଣ ସ୍ଵରୂପ ବେତନଟୀ ର ଜଣେ ସଂଗ୍ରାମୀ ଙ୍କ ସମ୍ମାନ ରାଶି ଆସି ମଧ୍ଯ ଉପଭୋଗ କରିବା ପୂର୍ବରୁ ତାଙ୍କ ଦେହାନ୍ତ ହୋଇଗଲା। ଏବେ ମଧ୍ୟ ଭଦ୍ରକ ଜିଲ୍ଲା ର ସଂଗ୍ରାମୀ ପ୍ରଶାନ୍ତ ପାଣିଗ୍ରାହୀ ବର୍ତ୍ତମାନ ଶଯ୍ୟା ଶାୟୀ ଥାଇ ସମ୍ମାନ ରାଶି ପାଇବାରୁ ବଞ୍ଚିତ ଅଛନ୍ତି ।
ଏଣୁ ଏସବୁ ବିଷୟ କୁ ଦୃଷ୍ଟିରେ ରଖ୍ ତତ୍ପରତା ସହ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି ।