ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର ଉଲ୍ଲେଖ ନିୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ
ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖ ନିୟ ….
ପୁରୀ: ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖ ନିୟ କାର୍ଯ୍ୟ ପାଇଁ ପଣ୍ଡିତ ଦାଶରଥି ସାମନ୍ତରାୟ ସମ୍ବର୍ଦ୍ଧିତ କରାଯିବା ସହ ଅନୁଷ୍ଠାନ ର ଶକ୍ତି ଅନୁଯାଇ ୧୧୧୧୧/_ଟଙ୍କା ପ୍ରଦାନ କରାଯାଇ ଥିଲା, ଏହି ପୁରସ୍କାର ପ୍ରତେକ ବର୍ଷ ରଥଯାତ୍ରା ରୁ ବାହୁଡା଼ ଯାତ୍ରା ଭିତରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କିମ୍ବା ମହିଳା ଙ୍କୁ ଦିଆଯିବ ବୋଲି ଡ଼ ନାରାୟଣ ମହାପାତ୍ର ଘୋଷଣା କରି ଥିଲେ,ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଦ୍ୱାରା ମିଳିତଆୟୋଜିତଉଦଘାଟନ, ସମ୍ବର୍ଦ୍ଧନା ଓ ସ୍ନାନ ଯାତ୍ରା ରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଆଲୋଚନା ଚକ୍ର, ଓ ଦୃଷ୍ଟି ବାଧିତ ପିଲା ମାନଙ୍କ ଦ୍ୱାରା ଭଜନ ଓ କଥାମୃତ କାର୍ଯ୍ୟକ୍ରମଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କ ପୁରାଣ ସ୍କନ୍ଦ ପୁରାଣ ର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନିୟ କାର୍ଯ୍ୟ କରି ଥିବାରୁ ପଣ୍ଡିତ ଦାଶରଥି ସାମନ୍ତରାୟଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ତଥା ଜୀବନ ବ୍ୟାପି ସାଧନା ସମ୍ମାନ ରେ ସମ୍ବର୍ଦ୍ଧନା କରାଯାଇଛି,ବିଶିଷ୍ଟ ଭଜନ ଗାୟକ ଭାରତୀ ଭୂଷଣ ପଟ୍ଟନାୟକ ଓ ତନ୍ମୟ କୁମାର ସାହୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଥିଲେ।
ସ୍ଥାନ: ମାଳି ଜାଗା, ପୁରୀଠାରେ,ଆଜିର କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ,ମୁଖ୍ୟ ଅତିଥି: ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧାବଲ୍ଲଭ ମଠ ପୁରୀ, ବିଶିଷ୍ଠ ଅତିଥି ପ୍ରାଧ୍ୟାପକ ତଥା ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ମୁଖ୍ୟ ବକ୍ତା:ପଣ୍ଡିତ ଦାଶରଥି ସାମନ୍ତରାୟ
ସମ୍ମାନୀୟ ଅତିଥି ଡ଼ ଶରତ ମହାନ୍ତି ଯୋଗ ଦେଇ ଥିଲେ, ଏହି ଅବସରରେ ସ୍କନ୍ଦ ପୁରାଣର 60ଟି ଅଧ୍ୟାୟ ନୂତନ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରାଯାଇ AI ଭିଡିଓ ଫିଲିମ ର ଅତିଥି ମାନଙ୍କ ଦ୍ୱାରା ୟୁ ଟ୍ୟୁବ ରେ ଲୋକାର୍ପଣ କରାଯାଇଛି, ଏହି ଅବସରରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ସୁରେଶ ମିଶ୍ର ବିଜୟ ମୋହନ ପଣ୍ଡା ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ,ଶ୍ରୀ ଭବାନୀ ଶଙ୍କର ପାଢ଼ୀ ସଭାପତି ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ, ଡ଼ ନାରାୟଣ ମହାପାତ୍ର ସଭାପତି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ