Long Live Masala King: ମସଲା ସମ୍ରାଟ ଶରତ କୁମାର ସାହୁଙ୍କୁ ଅନ୍ତିମ ମେଲାଣି (ଜୁଲାଇ ୧୯୫୦- ନଭେମ୍ବର ୨୦୨୫)

Long Live Masala King: ମସଲା ସମ୍ରାଟ ଶରତ କୁମାର ସାହୁଙ୍କୁ ଅନ୍ତିମ ମେଲାଣି (ଜୁଲାଇ ୧୯୫୦- ନଭେମ୍ବର ୨୦୨୫)

ଯେ ପର୍ଯ୍ୟନ୍ତ ମସଲା ଦୁନିଆରେ ‘ରୁଚି’ ରହିଥିବ । ସେ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଓଡ଼ିଶାର ମସଲା ସମ୍ରାଟ ଶରତ କୁମାର ସାହୁ ଜୀବିତ ରହିଥିବେ ।

ଶରତ କୁମାର ସାହୁଙ୍କୁ ଓଡ଼ିଶାର ମସଲା ସମ୍ରାଟ ଭାବେ ଘୋଷଣା କରି ଆଦୌ ଭୁଲ କରିନୁ ।

ଆମର ପ୍ରିୟ ଆପଣଙ୍କର ପ୍ରିୟ ସମସ୍ତଙ୍କର ପ୍ରିୟ ଶରତ କୁମାର ସାହୁ ।

କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲାବେଳେ ଆଖି ବୁଜିଲେ । କଟକ ବାଲିଯାତ୍ରା ୨୦୨୫ ତାଙ୍କୁ ସ୍ୱାଗତ କରିବାକୁ ସୁଯୋଗ ପାଇଲାନି ।

ଓଡ଼ିଶା ମସଲା ଦୁନିଆକୁ ଆନ୍ତର୍ଜାତିକ ପରିଚୟ ପ୍ରଦାନ କରିବା କ୍ଷେତ୍ରରେ ଶରତ ବାବୁଙ୍କ ଅବଦାନ ଅବିସ୍ମରଣୀୟ ।

ରାଣୀହାଟ ହିନ୍ଦ ସିନେମା ହଲ ନିକଟରେ ବାପା ବନମାଳୀ ସାହୁଙ୍କ ହୋଟେଲରେ କାମ କରୁଥିବା ସମୟରେ ଶରତ ଦେଖିଥିଲେ ଶିଳ୍ପପତି ହେବାର ସ୍ୱପ୍ନ ।

ପକେଟରେ ଥିଲା ମାତ୍ର ୫ ହଜାର ଟଙ୍କା । ୧୯୭୬ ମସିହାରେ ମାତ୍ର ୫ ହଜାର ଟଙ୍କାରେ ଛୋଟିଆ ହଳଦୀ ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠା କଲେ ଶରତ ବାବୁ ।

‘ରୁଚି’କୁ ଘରେ ଘରେ ପରିଚିତ କରାଇବା ତାଙ୍କ ପାଇଁ ଏକ ଆହ୍ୱାନ ଥିଲା । ୫ ହଜାର ଟଙ୍କାର କମ୍ପାନୀକୁ ୨୫୦ କୋଟି ଟଙ୍କାରେ ପହଂଚାଇବା ସହଜ ନଥିଲା ।

ରୁଚି’କୁ ଆଂଚଳିକ ସ୍ତରରୁ ଅନ୍ତର୍ଜାତୀୟ ସ୍ତରକୁ ନେବା ଓ ୪୦ରୁ ଅଧିକ ଦେଶରେ ପ୍ରାୟ ୩୦୦ ଉତ୍ପାଦକୁ ଲୋକପ୍ରିୟ କରିବା ପଛରେ ଶରତ ବାବୁଙ୍କର ନିରବଚ୍ଛିନ୍ନ ସାଧନା ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ ।

ଶରତ ବାବୁ ଆମ ସମସ୍ତଙ୍କ ନିକଟରେ ସଦା ସ୍ମରଣୀୟ ରହିବେ ।