ସମ୍ବଲପୁର: ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଇ। ଶ୍ରଦ୍ଧାଳୁଙ୍କ ପାଇଁ ୧୨.୩୦ ରୁ ୫.୩୦ ମଧ୍ୟରେ ଖୋଲା ରହିବ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ। ଏନେଇ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି କୋଭିଡ ଗାଇଡଲାଇନରେ କେବଳ ଦର୍ଶନ ପାଇଁ ଅନୁମତି ମିଳିଛି। ମନ୍ଦିରକୁ ଭିତରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେଇ ପାରିବେନି ଶ୍ରଦ୍ଧାଳୁ।