ବିଧାନସଭାରେ ଦୁଷ୍ମନ୍ତ ମୃତ୍ୟୁକୁ ନେଇ ହୋହଲ୍ଲା:ଗୃହ ମୁଲତବୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମୌସୁମୀ ଅଧିବେସନ ଶେଷ ଦିନରେ ଚାଲିପାରୁନି ଗୃହ କାର୍ଯ୍ୟ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ । କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।