ଲକ୍ଷ୍ୟ ପଥରେ ଚାଲିଲା ଲକ୍ଷ୍ମୀ ଯୋଜନା ବସ

ମାଲକାନଗିରି: ଓଡ଼ିଶାର ଉନ୍ନତିର ଧାରାକୁ ତ୍ୱରାନ୍ୱିତ କରିବାକୁ ଯାଇ ୧୯୯୨ ର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୧୩ ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିବର୍ତ୍ତିତ କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲା କୁ ୪ ଗୋଟି ଜିଲ୍ଲାରେ ବିଭକ୍ତ କରାଯିବା ସହ ,ତାହାର ଏକ ଅଂଶ ଭାବେ ମାଲକାନଗିରି ଜିଲ୍ଲା କୁ ୭ ଟି ବ୍ଲକ୍ ରେ ପରିଣତ ହୋଇ ଥିଲା । ଆଦିବlସୀ ବହୁଳ ଏହି ଉପାନ୍ତ
ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗମନ। ଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ଜନlଭିମୁଖୀ କରିବା ଉଦ୍ଦେଶ୍ୟରେ ନିକଟରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ଯୋଜନା କୁ ଉଦଘାଟନ କରି ସର୍ଵ ସାଧାରଣରେ ବେଶ୍ ପ୍ରଶଂସା ର ପାତ୍ର ହୋଇଛନ୍ତି ।

ଏହି ଅଭିନବ ପ୍ରୟାସ ଦ୍ଵାରା ଜିଲ୍ଲାର ସାତଟି ବ୍ଲକ୍ ପାଇଁ ସାତଟି ଏ ସି /ଶୀତ ତାପ ନିୟନ୍ତ୍ରିତ ବସ ର ବ୍ୟବସ୍ଥା ଥିବା ସହ ଜିଲ୍ଲାର ସଦର ମହକୁମା କୁ ବିଭିନ୍ନ ଗ୍ରାମ ପଞ୍ଚାୟତ ସହ ସଂଯୁକ୍ତ କରା ଯାଇଛି।। ଏହି ବସ ସେବା ମାଲକାନଗିରି ରୁ କୋରୁକୁଣ୍ଡା ଓ କାଳିମେଳା ଅଂଚଳକୁ ଦିନକୁ ୬ ଥର ଓ ମାଲକାନଗିରି ରୁ ମାଥିଲି, ଖଇରପୁଟ, ଚିତ୍ରକୁଣ୍ଡା ଓ ପଡିଆ କୁ ଦିନକୁ ୪ ଥର
ଯିବା ଆସିବା କରିବ।

ଏଥିପାଇଁ ଏ ସି ବସ ରେ ଏକରୁ ଦଶ କିଲୋମିଟର ଯାତ୍ରା କରିବା ନିମନ୍ତେ ଜଣ ପିଛା ୧୦ ଟଙ୍କା ଓ ଅଣ ଏ ସି ବସରେ ସମାନ ଦୁରତାର ଯାତ୍ରା କରିବା ପାଇଁ ୫ ଟଙ୍କା ଭଡ଼ା ଦେବା ପାଇଁ ହେବ। ଅଧିକନ୍ତୁ ଏହି ବସ ଗୁଡିକରେ ବରିଷ୍ଠ ନାଗରିକ,ମହିଳା ଓ ଦିବ୍ୟ।ଙ୍ଗ ଯାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା କୁ ବିମାନ ସେବା ଓ ରେଳ ସେବା ଦେବା ପାଇଁ ପ୍ରୟାସ ଚାଲୁ ଥିବା ବେଳେ ଏହି ବସ ସେବା ଜିଲ୍ଲାର ଜନ ସାଧାରଣ ଙ୍କ ମନରେ ବେଶ୍ ଆନନ୍ଦ ଓ ସନ୍ତୋଷ ସୃଷ୍ଟି କରି ପାରିଚ୍ଛି।