ଗଛରେ ପିଟି ହେଲା ପିକଅପ : ଚାଳକ ମୃତ

ମାଲକାନଗିରି : ଗଛରେ ପିଟିହେଲା ଚାଉଳ ବୋଝେଇ ପିକଅପ । ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ସୂଚନାନୁଯାୟୀ, ସୋମବାର ସକାଳେ ମାଲକାନଗିରି ଜିଲ୍ଲାରୁ ଚାଉଳ ବୋଝେଇ ଏକ ପିକଅପ ଭ୍ୟାନ ଜୟପୁର ଅଭିମୁଖେ ଯାଉଥିଲା। ପାଙ୍ଗମ ମାଳିଗୁଡା ଛକ ଠାରେ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ଘଟିଛି। ମୃତକ ଚାଳକଙ୍କ ଘର ମାଲକାନଗିରି ଜିଲ୍ଲା ଏମଭି ୫୬ ଗ୍ରାମରେ। ତାଙ୍କ ନାମ ଅସିତ କୁମାର ଗୋଲଦାର ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ମାଥିଲି ଥାନା ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।