ସୀମାନ୍ତ ଗୁଳି ବିନମୟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସିମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ସୋମବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ଗୁଳିରେ ଦୁଇ ହାଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଜଣେ ମାଓ କମାଣ୍ଡର ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ରହିଛି। ମୃତ ମାଓ କମାଣ୍ଡର ମାଡକାମି ଏରା ଓ ମହିଳା ମାଓବାଦୀ ପଡିଆମି ଭିମା ବୋଲି ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।