ମଦ ଦୋକାନ କର୍ମଚାରୀଠାରୁ ଝାମ୍ପି ନେଲେ୨.୩୪ ଲକ୍ଷ ଟଙ୍କା

ବଲାଙ୍ଗୀର: ବ୍ୟାଙ୍କ ସାମ୍ନାରୁ ଝାମ୍ପି ନେଲେ ପ୍ରାୟ ୨ ଲକ୍ଷ ୩୪ ହଜାର ଟଙ୍କା। କଳା ପଲସରରେ ଆସି ଅପରାଧୀମାନେ ଆଜି ଦିନୁଟାରେ ଏଭଳି ଆତଙ୍କ ଖେଳାଇଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରୁ ଏହି ଲୁଟ୍ ହୋଇଛି। କଣ୍ଟାବାଞ୍ଜି ୨ ନମ୍ବର ମଦ ଦୋକାନର କର୍ମଚାରୀ ସୁନୀଲ ପ୍ରସାଦ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

ସୁନୀଲ କହିଛନ୍ତି, ସେ ବ୍ୟାଙ୍କକୁ ୨ ଲକ୍ଷ ୩୩ ହଜାର ୯୦୦ ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ପରେ ସେମାନେ କ୍ଷଣିକ ଭିତରେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଯାଇଥିଲେ।