ଓଡ଼ିଶା ପାଇଁ ନାହିଁ ବାତ୍ୟା ଭୟ! IMD ଡିଜି ଦେଲେ ବଡ଼ ବୟାନ

ଭୁବନେଶ୍ୱର: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛାନିଆ ପଶିଛି । ବାତ୍ୟା କେଉଁଆଡକୁ ମୁହାଁଇବ, ସେନେଇ ଲୋକମାନେ କଳ୍ପନାଜଳ୍ପନା କରୁଛନ୍ତି । ଏହାରି ମଧ୍ୟରେ ଆଇଏମଡି ଡିଜି ବଡ଼ ବୟାନ ଦେଇଛନ୍ତି ।ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ଆୟୋଜି ସାମ୍ବାଦିକ ସମ୍ମିଳନୀରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଡିଜିଙ୍କ କହିବା ମୁତାବକ, ‘ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ବର୍ଷା ଓ ପବନ ନେଇ କିଛଇ ୱାର୍ଣ୍ଣିଂ ନାହିଁ । ଓଡ଼ିଶା, ତାରମିଲନାଡୁ, ଆନ୍ଧ୍ର ପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରହିଛି ।