ପେନ୍‌ସନ୍‌ ଟଙ୍କାରୁ ଶିକ୍ଷକ ଦାନ କଲେ ଅର୍ଥ, ବିଦ୍ୟାଳୟ ଉନ୍ନତିରେ ଲାଗିବ ଟଙ୍କା

ଭଦ୍ରକ : ବିଦ୍ୟାଳୟର ଉନ୍ନତି ପାଇଁ ୧ ଲକ୍ଷ ଦାନ କଲେ ଅବସରପ୍ରାପ୍ତ ଶିକ୍ଷକ । ନିଜର ପେନ୍‌ସନ୍‌ ଟଙ୍କାକୁ ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରି ଚର୍ଚ୍ଚାରେ ଶିକ୍ଷକ ପରମାନନ୍ଦ ନାୟକ । ଶିକ୍ଷକତା ବେଳେ ଥିବା ଅସୁବିଧାକୁ ଉପଲବ୍ଧି କରି ପେନସନ ଟଙ୍କାରୁ ଅର୍ଥ ଦାନ କରିଛନ୍ତି ।ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋପବନ୍ଧୁନଗର ଉଚ୍ଚ ବିଦ୍ୟାଳୟରୁ ଅବସର ନେଇଥିଲେ। ଏବେ ଧୂଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏକ ଲକ୍ଷର ଚେକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଯେଉଁ ସ୍କୁଲ ଗୁଡିକ ସ୍ମାର୍ଟ କ୍ଲାସ ରୁମ ସହ ଅନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗରୁ ପିଲା ବଞ୍ଚିତ ହେଉଥିବାରୁ ଏପରି ପଦକ୍ଷେପ ସେ ନେଇଛନ୍ତି ବୋଲି କହିଛନ୍ତି ସ୍କୁଲର ଶ୍ରେଣୀ ଗୃହର ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସ୍କୁଲକୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରି ପୁରା ଜିଲ୍ଲାର ଉଦାହରଣ ପାଲଟିଛନ୍ତି ।