ମୋବାଇଲ୍ ଟାୱାର ପୋଡ଼ି ଦେଲେ ଲାଲ୍ ବାହିନୀ

ମାଲକାନଗିରି(ଏସ୍ ନ୍ଯୁଜ): ଥମିବାର ନା ଧରୁନାହିଁ ଛତିଶଗଡ଼ ସୀମାନ୍ତରେ ମାଓ ହିଂସା। ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ବିଏସଏନଏଲ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ଲାଲ୍ ବାହିନୀ।

ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି।ମାଓବାଦୀଙ୍କ ଏହି ହିଂସାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ।

ସୂଚନାମୁତାବକ,୧୫ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ପରେ ସିଆରପିଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି ।