୨୧ରୁ ମାଟ୍ରିକ ପରୀକ୍ଷା : ୩୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବାକୁ ଡାଏନମିକ୍ କ୍ବିଆର କୋର୍ଡ ଓ ୱାଟର ମାର୍କ ବ୍ୟବସ୍ଥା

ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବକୁ ଯାଉଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ଚଳିତ ବର୍ଷ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥି ସହିତ ପ୍ରଶ୍ନ ପତ୍ର ପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି ।

ଏଥି ସହିତ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଡାଏନମିକ୍ କ୍ବି ଆର କୋର୍ଡ ଓ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ। କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ସ୍ପଷ୍ଟ ଜଣାପଡ଼ିବ। ଏଥି ସହିତ ପ୍ରଶ୍ନପତ୍ର ଥିବା ୩୧୪ଟି ନୋଡାଲ ସେଣ୍ଟରରେ ସିସିଟିଭି ଲାଗିଛି ।