ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଂଜ ଜିଲ୍ଲା ତରଫରୁ ସମ୍ଭନ୍ଧନା

ମୟୂରଭଂଜ: ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଂଜ ଜିଲ୍ଲା ତରଫରୁ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ସଭାପତି କୁପାସିନ୍ଧୁ ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଜ୍ୟ ସଂପାଦକ ନବୀନ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ମନୋଜ ଦାସ, ସରୋଜ ମହାନ୍ତ, ଜିଲ୍ଲା ଉପସଭାପତି ଜୟଦ୍ରରଥ ଗିରି, ନରେଦ୍ର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବିଜୟଲକ୍ଷ୍ମୀ ମହାନ୍ତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l

ଏଥିରେ ରାଇରଙ୍ଗପୁର , ସାରସକଣା ଯଶିପୁର ନିର୍ବାଚନମଣ୍ଡଳୀ ତଥା ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର କାର୍ଯ୍ୟକର୍ତ୍ତା ଓ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଫୁଲତୋଡା ଓ ଉପଢୋକନ ଦେଇ ସ୍ବାଗତ ଓ ସମ୍ଭନ୍ଧନା ଜଣାଇଥିଲେ l ଶ୍ରୀମତୀ ମହାନ୍ତ ଭାରତୀୟ ଜନତା ଦଳରେ ନୂତନ ଭାବେ ଯୋଗଦାନ କରିଥିବାରୁ ସମସ୍ତଙ୍କର ଶୁଭମନାଶି କାମନା କରିଥିଲେ l

ଏହି ଭବ୍ୟ ସଭାକୁ ଜିଲ୍ଲା ସାଧାରଣ ସଂପାଦକ ସରୋଜ ମହାନ୍ତ ପରିଚାଳନା କରିଥିବା ବେଳେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ l