ବସ୍ ଦୁର୍ଘଟଣା : ୨୫ ଜଣ ଯାତ୍ରୀ ଆହତ, ୪ ଗୁରୁତର

ବେତନଟୀ ରାସ୍ତାରେ ଘଟିଯାଇଛି …

ବାରିପଦା: ବେତନଟୀ ରାସ୍ତାରେ ଘଟିଯାଇଛି ଏକ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜାଣିବାକୁ ମିଳିଛି । ତେବେ ଏଥିରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଉଛି ।

ରାଇରଙ୍ଗପୁରରୁ ଭୁବନେଶ୍ୱରକୁ ଆସୁଥିବା ବାଟରେ ୧୮ ନମ୍ବର ଜାତୀୟ ରାଜପଥର କୃଷ୍ଣଚନ୍ଦ୍ରପୁର ନିକଟରେ ଘଟିଯାଇଛି ଏହି ବସ୍ ଦୁର୍ଘଟଣା । ବିଳମ୍ବିତ ରାତିରେ ଗାଡି ଆସୁଥିବା ବେଳେ ବାରିପଦା-ବେତନଟୀ ରାସ୍ତାରେ ଏହି ଦୁର୍ଘଟଣା ଘଟିଛିି । ତେବେ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ବେବେଳ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ଅବସ୍ଥାରେ ରହିଛି । ତେବେ ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରି ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।