ମୟୂରଭଞ୍ଜ ଉଦଳାଠାରେ ୫୨ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଳାଠାରେ କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ।

ଏଥିରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟର ଉନ୍ନତିକରଣ, ଜନସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟକେନ୍ଦ୍ର, ସମବାୟ ସଂସ୍ଥା ଆଦି ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏଥିସହ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ମନ୍ଦିର ବିଶେଷ କରି ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ମଧ୍ୟ କରାଯାଇଛି । ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ଏକ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।