ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପର ୨ୟ ଦିନର ଖେଳ

ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା …

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପର ୨ୟ ଦିନ ଅତିଥି ଭାବେ ଯୋଗଦେଇ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହସମ୍ପାଦକ ଅଶୋକ ପଟ୍ଟନାୟକ ଓ ପ୍ରସନ୍ନଜିତ ମହାନ୍ତି, ସଦସ୍ୟ ଶ୍ୱେତକେତୁ ଦତ୍ତ, ଲକ୍ଷ୍ମଣ ମହାପାତ୍ର ଏବଂ ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଉପସ୍ଥିତ ଥିଲେ I ବାଳକ ବିଭାଗର ୧ମ ମ୍ୟାଚରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ୪-୦ ଗୋଲରେ ଫିଉଚର ଷ୍ଟାର ସ୍ପୋର୍ଟସ ଏକାଡେମୀକୁ, ୨ୟ ମ୍ୟାଚରେ ଦେଉଳି ଯୁନାଇଟେଡ଼ ଫୁଟବଲ କ୍ଲବ ୫-୦ ଗୋଲରେ ଚଢେଇଗାଁ ଉଚ୍ଚ ବିଦ୍ୟାଳୟ, ମୋରଡାକୁ ପରାସ୍ତ କରିଥିବା ବେଳେ ୩ୟ ମ୍ୟାଚ ବାଦାମପାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଏନୱାୟଏସ, ବହଳଦା ମଧ୍ୟରେ ୧-୧ ଗୋଲରେ ଖେଳ ଡ୍ର ହୋଇଥିଲା I ବାଳିକା ବିଭାଗରେ ବଡ଼ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧-୦ ଗୋଲରେ ବାଦାମପାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରାସ୍ତ କରିଥିଲା I ବାପୁନ କୁମାର ମହାନ୍ତ, କେଶବ ସୋରେନ, ନାରାୟଣ ହାଁସଦା, ଯୁଗସେଙ୍ଗଲ ସୋରେନ, ସମ୍ରାଟ ହେମ୍ବ୍ରମ, ଲୋକନାଥ ହେମ୍ବ୍ରମ, ଅମ୍ବିକା ହେମ୍ବ୍ରମ, ସୁଭଦ୍ରା ହେମ୍ବ୍ରମ ଓ ସୋମବାରୀ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଶ୍ରୀନିବାସ ହେମ୍ବ୍ରମ ଓ ରାଇସେନ ଟୁଡୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ I