ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଏକ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଏହି ଦୁର୍ଘଟଣା କନ୍ଧମାଳ ଜିଲ୍ଲା ଭେଟକୋଲ ଘାଟି ନିକଟରେ ଘଟିଛି । ସୂଚନା ଅନୁଯାୟୀ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାର ଲାଗି ଯାଉଥିବାବେଳେ ଭେଟକୋଲ ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତର ଶିକାର ହୋଇଥିଲା ।

ସେହିପରି ଏହି ଦୁର୍ଘଟଣାରେ ଶ୍ରୀ ଜେନା ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ଖବର ପାଇଁ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।