ପରଲୋକରେ ରାଇନାଙ୍କ ବାପା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବାପା ତ୍ରିଲୋକଚନ୍ଦ୍ର ରାଇନାଙ୍କ ପରଲୋକ ହୋଇଯାଇଛି । ତ୍ରିଲୋକଚନ୍ଦ୍ର ବହୁଦିନ ହେବ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଚିକିତ୍ସା ଚାଲିଥିବାବେଳେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତ୍ରିଲୋକଚନ୍ଦ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରୀରେ ମୁତୟନ ଥିଲେ ଓ ବୋମା ତିଆରି କରିବାରେ ମାଷ୍ଟର୍‌ ଥିଲେ । ରାଇନାଙ୍କ ପିତାଙ୍କ ପେତୃକ ଘର ଜମ୍ମୁ-କଶ୍ମୀରର ‘ରାଇନାୱାରୀ’ରେ । ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପରେ ତାଙ୍କ ପରିବାର କଶ୍ମୀର ଛାଡି ଚାଲିଆସିଥିଲେ । ଯାହା ପରେ ରାଇନାଙ୍କ ପରିବାର ଉତ୍ତର ପ୍ରଦେଶର ମୁରାଦନଗରରେ ବସବାସ କରିଆସୁଛନ୍ତି ।