ଚହଲଙ୍କ ନାମରେ ୧୦୦ ୱିକେଟ୍‌ ରେକର୍ଡ

ଅହମ୍ମଦାବାଦ : ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ୧୦୦ତମ ଦିନିକିଆ ୱିକେଟ୍‌ ପୂରଣ କରିଛନ୍ତି । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଚହଲ ପ୍ରଥମ ଓଭରରେ ଦୁଇଟି ୱିକେଟ୍‌ ନେଇ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ । ତେବେ ଚହଲ ପ୍ରଥମ ୱିକେଟ୍‌ ନେବା ସହ ୧୦୦ତମ ଦିନିକିଆ ୱିକେଟ୍‌ ନେଇଛନ୍ତି । ସେହିପରି ଚହଲଙ୍କ ନାମରେ ୧୦୦ ୱିକେଟ୍‌ ନେବାର ରେକର୍ଡ ହୋଇଛି ।

ଅନ୍ୟପକ୍ଷରେ ଚହଲ ଭାରତର ୧୦୦୦ତମ ଦିନିକିଆ ମ୍ୟାଚରେ ଏହି ରେକର୍ଡ ହାସଲ କରିଛନ୍ତି । ଚହଲ ୬୦ ଦିନିକିଆ ଖେଳି ୧୦୦ ୱିକେଟ୍‌ ନେବାରେ ରେକର୍ଡ ହାସଲ କରିଛନ୍ତି । ତେବେ ତାଙ୍କ ପୂର୍ବରୁ ମହମ୍ମଦ ଶାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଏବଂ ଇରଫାନ ପଠାନ ୧୦୦ ୱିକେଟ୍‌ ନେବାର ରେକର୍ଡ କରିସାରିଛନ୍ତି ।