ରାଜାଙ୍କୁ କରୋନା

ଭୁବେନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟ୍ବିଟର ଯୋଗେ ଜଣାଇଛନ୍ତି।

ରାଜା ସ୍ୱାଇଁ ଲେଖିଛନ୍ତି ଯେ, ‘ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଯଦିଓ ମୋ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତଥାପି ମୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ଗୃହ ସଙ୍ଗରୋଧରେ ଅଛି। ମୁଁ ମୋର ସମସ୍ତ ଅଧସ୍ତନ କର୍ମଚାରୀ ଏବଂ ମୋ ଯୋଗାଯୋଗରେ ଆସିଥିବା ଅନ୍ୟ ସମସ୍ତଙ୍କୁ ଅନୁରୋଧ କରୁଛି ଯେତେଶୀଘ୍ର ସମ୍ଭବ ନିଜର ପରୀକ୍ଷା କରାଇ ନିଅନ୍ତୁ’।

ସୂଚନାଯୋଗ୍ୟ, ରାଜାଙ୍କ ପୂର୍ବରୁ ଓଡ଼ିଶାରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ଅନେକେ ସୁସ୍ଥଲାଭ କରିସାରିଥିବା ବେଳେ ଆଉ କିଛି ଗୃହ ସଙ୍ଗରୋଧ ଏବଂ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ ଛୁଇଁଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬ଶହ ପାର କରିଛି।