ଖେଳନା ବନ୍ଧୁକ ଦେଖାଇ ଲୁଟିନେଲେ ୨.୮୦ ଲକ୍ଷ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି ଏକ ବ୍ୟାଙ୍କ ଲୁଟ୍ ଘଟଣା। ମୁଣ୍ଡରେ ହେଲମେଟ ପିନ୍ଧି, ହାତରେ ଖେଳନା ବନ୍ଧୁକ ଧରି ଏକ ବ୍ୟାଙ୍କରୁ ଦୁର୍ବୃତ୍ତ ଲୁଟିଛନ୍ତି ୨ ଲକ୍ଷ ୮୦ ହଜାର ଟଙ୍କା।

ନନ୍ଦନ ବିହାରର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି। ସେତେବେଳେ ବ୍ୟାଙ୍କରେ ମାତ୍ର ୨ ଜଣ କର୍ମଚାରୀ ଥିଲେ ଓ କୌଣସି ସୁରକ୍ଷା କର୍ମୀ ନଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଖେଳନା ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଲେ ସିସିଟିଭି ଫୁଟେଜ ଜରିଆରେ ତଦନ୍ତ ଚଲାଇଛି।

ଘଟଣା ସମୟରେ ବ୍ୟାଙ୍କରେ କୌଣସି ଗ୍ରାହକ ନ ଥିଲେ। ଅଭିଯୁକ୍ତ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧି ବ୍ୟାଙ୍କରେ ପହଞ୍ଚିଥିଲେ ଏବଂ କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।